କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

ସମ୍ବଲପୁର: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଛନ୍ତି । ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥ ମାନେଶ୍ୱର ଛକଠାରେ ରାସ୍ତାରୋକ କରି ପ୍ରତିବାଦ କରିଥିବା ସୂଚନା ରହିଛି । କେନ୍ଦ୍ର ସରକାରଙ୍କ ଦ୍ଵାରା ପାସ୍‌ ହୋଇଥିବା କୃଷି ଆଇନରେ ଥିବା ଠିକା ଚାଷ ବ୍ୟଵସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପରିବର୍ତ୍ତନ, ଘରୋଇ ମଣ୍ଡି ବ୍ୟବସ୍ଥାକୁ ଚାଷୀ ବିରୋଧ କରିଛନ୍ତି । ଏହି ଆଇନ ଉଭୟ କୃଷକ ଓ ଖାଉଟି ବିରୋଧୀ ବୋଲି ଚାଷୀ ଏହାର ବିରୋଧ କରୁଛନ୍ତି। ଏଥିସହ ଜମି ମାଲିକାନାକୁ ଅକ୍ଷୁର୍ଣ୍ଣ ରଖି ଭାଗ ଚାଷୀଙ୍କୁ ଆଇନଗତ ମାନ୍ୟତା, ସରକାରୀ ମଣ୍ଡି ବ୍ୟବସ୍ଥାକୁ ମଜବୁତ ଓ ସଂଖ୍ୟା ବୃଦ୍ଧି ଆଦି ଦାବି ରଖିଛନ୍ତି ଚାଷୀ ସଂଗଠନ ।

ଏହାର ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ଦିନ ୧୧ ଟାରୁ ୧୨ ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରି କୄଷି ଆଇନକୁ ଖୋଲାଖୋଲି ଭାବରେ ଦୄଢ଼ ବିରୋଧ କରାଯାଇଛି । ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ମାନେଶ୍ୱର ଛକରେ ଅନୁଷ୍ଠିତ ଜାତୀୟ ରାଜପଥ ଅବରୋଧରେ ପଶ୍ଚିମ ଓଡ଼ିଶା କୄଷକ ସଂଗଠନର ଆବାହକ ଅଶୋକ ପ୍ରଧାନ , ମୁରାରୀ ପୁରୋହିତ, ହରିଶଙ୍କର ପୁରୋହିତ, ଦେବେନ ପ୍ରଧାନ, ବ୍ୟୋମକେଶ ଠାକୁରଙ୍କ ସମେତ ଜିଲ୍ଲାର ବହୁ ଚାଷୀ ନେତା ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର