ଛୁରା ମାଡ଼ରେ ବାପା ମୃତ ଅଭିଯୁକ୍ତ ପୁଅ ଗିରଫ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଗଣ୍ଡପଡ଼ା ଠାରେ ଘରୋଇ କଳିରୁ ବୁଧବାର ସକାଳେ ହତ୍ୟାକାଣ୍ଡ ଘଟିଛି। ପୁଅର ଛୁରା ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଛି। ଘରେ ସୀତାରାମ ମହାକୁଡ଼ (୬୦), ପତ୍ନୀ, ପୁଅ ସଞ୍ଜୀବ ମହାକୁଡ଼ (୩୩) ଓ ବୋହୂ ରହୁଥିବା ବେଳେ ସୀତାରାମ ଗ୍ରାମରକ୍ଷୀ ଥିଲେ। ତାଙ୍କ ପୁଅ ସଞ୍ଜୀବ ଡ୍ରାଇଭର ଭାବରେ କାମ କରୁଥିଲା। ବୁଧବାର ସୀତାରାମଙ୍କ ସ୍ତ୍ରୀ ନିଜ ଝିଅ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ କୌଣସି କାରଣରୁ ସୀତାରାମ ଏବଂ ତାଙ୍କ ପୁଅ ସଞ୍ଜୀବ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ସଞ୍ଜୀବ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଛୁରି ଯୋଗେ ବାପା ସୀତାରାମଙ୍କୁ ଆକ୍ରମଣ କରିଥିଲା। ଫଳରେ ସୀତାରାମଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଠେଲକୋଲୋଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଥିଲା। ପୁଲିସ କେସ ନଂ ୬୫/୧୮ ଆଇପିସି ୩୦୨ ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସଞ୍ଜୀବକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର