ଝିଅର ପ୍ରେମିକକୁ ହତ୍ୟା କଲା ବାପା

ବାମରା : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବୃବୁଡ଼ା ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପ୍ରେମ କାରଣରୁ ତାଙ୍କୁ ପ୍ରେମିକାଙ୍କ ବାପା ହତ୍ୟା କରିଥିବା ଜଣାପଡ଼ିଛି। ବଳରାମ ବୁଦୁଲା (୩୦) ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି ଥାନା ବେଜିଡ଼ିହି ଗ୍ରାମର ଯୁବତୀ ସହ ପ୍ରେମ ସମ୍ପର୍କ ରଖିଥିଲେ। ପ୍ରାୟ ସମୟରେ ଯୁବତୀଙ୍କ ଘରକୁ ଯା’ଆସ କରିବା ସହ ଯୁବତୀଙ୍କୁ ବାହାରକୁ ବୁଲାଇ ନେଉଥିଲେ। ଯୁବତୀଙ୍କ ପରିବାର ବର୍ଗ ବଳରାମଙ୍କୁ ଯୁବତୀଙ୍କ ସହ ବିବାହ କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ଶୁଣି ନଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଙ୍ଗଳବାର ରାତିରେ ବେଜିଡ଼ିହି ଗ୍ରାମରେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଧାରୁଆଡ଼ିହି ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବକୁ ଜବତ କରିଛି। ଥାନାରେ ଏକ ମାମଲା ରୁଜୁ କରିବା ସହ ଯୁବତୀର ବାପା ମୋହନ କିଷାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବକ ବଳରାମ ବିବାହିତ ଏବଂ ତାଙ୍କ ୨ଟି ସନ୍ତାନ ଥିବା ଜଣା ପଡ଼ିଛି। ବଳରାମ ତାଙ୍କ ବାପାଙ୍କ ଏକମାତ୍ର ପୁତ୍ର ଥିଲେ।

ସମ୍ବନ୍ଧିତ ଖବର