ସମ୍ବଲପୁର: ଷ୍ଟେଟ୍‌ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଅନେକ ଜିନିଷ ପତ୍ର ନଷ୍ଟ

ସମ୍ବଲପୁର: ସହରର ବୁଢ଼ାରଜାସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟା ୩୦ରେ ବ୍ୟାଙ୍କ କର୍ମଚାରୀମାନେ କାମ ସାରି ଅଫିସ୍‌ ବନ୍ଦ କରିଯାଇଥିଲେ। ବ୍ୟାଙ୍କରେ ରାତି ୮ଟା ପରେ ଅଗ୍ନିକାଣ୍ଡ ହୋଇଥିଲା। ବ୍ୟାଙ୍କ ସମ୍ମୁଖ ଦେଇ ଯାଉଥିବା କିଛି ଲୋକ ବ୍ୟାଙ୍କ ଭିତରୁ ଧୂଅାଁ ନିର୍ଗତ ହେଉଥିବାର ପ୍ରଥମେ ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ୨ଟି ଗାଡ଼ି ନେଇ ପହଞ୍ଚିବା ବେଳକୁ ବ୍ୟାଙ୍କର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଛି। ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର