ସମ୍ବଲପୁର: ଫାର୍ମରୋଡ଼ରେ ଗୁଳିକାଣ୍ଡ, ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି

ସମ୍ବଲପୁର: କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମରୋଡରେ ରବିବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। କ୍ଷେତରାଜପୁର ଠାରୁ ଚେରୁଆପଡ଼ା ରାସ୍ତାର ମଝିରେ ଟିକୁ ସ୍ୱାଇଁ, ତାଙ୍କର ସ୍ତ୍ରୀ-ପୁଅ ଓ ସାନ ଭାଇ ରୂପକ ଛିଡ଼ା ହୋଇଥିବା ବେଳେ ୨ଟି ବାଇକ୍‌ରେ ୪ ଜଣ ଯୁବକ ପହଂଚିଥିଲେ। ସମସ୍ତେ କିଛି ଭାବିବା ପୂର୍ବରୁ ଜଣେ ଦୁର୍ବୃତ୍ତ ଟିକୁ ସ୍ୱାଇଁଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରିଥିଲା। ଫଳରେ ମହିଳାଙ୍କ ସ୍ୱାମୀ ଓ ଦିଅର ବିରୋଧ କରିଥିଲେ।

ପରିବାର ଲୋକେ ବିରୋଧ କରିବାରୁ ଦୁର୍ବୃତ୍ତମାନେ ହଠାତ ୪ ରାଉଣ୍ଡ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରୂପକ ସ୍ୱାଇଁଙ୍କ ଦେହରେ ଗୁଳି ବାଜିଛି। ରୂପକଙ୍କ ସମ୍ବେଦନଶୀଳ ସ୍ଥାନରେ ଗୁଳି ବାଜିଥିବାରୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ପରିବାରର ସମସ୍ତ ୪ ଜଣ ଘର ସମ୍ମୁଖରେ ଛିଡ଼ା ହୋଇ ଗୋଲ ବଜାର ସପିଂ କରିଯିବାକୁ ବାହାରିଥିବା ବେଳେ ଗୁଳିକାଣ୍ଡ ଘଟିଥିଲା। ସୂଚନା ପାଇ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର