ଲାଞ୍ଚ ନେଇ ଭିଜିଲାନ୍‌ସ ଦ୍ୱାରା ଗିରଫ:ପୂର୍ବ ଇଓଙ୍କୁ ୨ ବର୍ଷ ଜେଲ୍‌

ସମ୍ବଲପୁର: ଲାଞ୍ଚ ନେବା ମାମଲାରେ ବରଗଡ଼ର ପୂର୍ବ ପୌର ନିର୍ବାହୀ ଅଧିକାରୀ ନବୀନ ସେଠ ଦୋଷୀ ସାବ୍ୟସ୍ତ ହୋଇଛନ୍ତିି। ଗୁରୁବାର ସ୍ୱତନ୍ତ୍ର ଭିଜିଲାନସ୍‌ ଜଜ୍‌ ଗୋପାଳ ଚନ୍ଦ୍ର ବେହେରା ମାମଲାର ରାୟ ଶୁଣାଇ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୨ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଗତ ୨୦୦୮ ମସିହାରେ ବରଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଥିବା ସମୟରେ ଖଜୁରଟିକ୍ରାର ଗତିକୃଷ୍ଣ ଦାଶଙ୍କଠାରୁ ୧ ଲକ୍ଷ ୧୨ ହଜାର ଟଙ୍କାର ଏକ ବକେୟା ବିଲ୍‌ ପାସ୍‌ କରିବା ପାଇଁ ୨୫୦୦ ଟଙ୍କା ଲାଞ୍ଚ ନେଇ ଭିିଜିଲାନସ୍‌ ବିଭାଗ ହାତରେ ଧରାପଡ଼ିଥିଲେ। ଏ ନେଇ ଗତ ୨୨.୧୨.୨୦୦୯ରେ ସମ୍ବଲପୁର ଭିଜିଲାନସ୍‌ ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା ବୋଲି ଭିଜିଲାନସ୍‌ ଏସ୍‌ପି ସ୍ୱରୂପ ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର