ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ରମ୍ପେଲା ଏବଂ ମଝିପାଲିରୁ ୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରାଯାଯାଇଥିବାର ଖବର ମିଳିଛି। ଏହି ମାମଲାରେ ୩ଟି କାର ଜବତ କରାଯିବା ସହ ୬ଜଣଙ୍କୁ ଗିରଫ କରିଛି ପୁଲିସ। ପୁଲିସର ସୂଚନା ମୁତାବକ ଦୁଇଟି ଗାଡ଼ି ଗଞ୍ଜଇ ନେଇ ବରଗଡ଼ରୁ ବିଳାସପୁର(ଛତିଶଗଡ଼) ଆଡ଼କୁ ଯାଉଥିବା ବେଳେ ଆଉ ଗୋଟିଏ ଗାଡ଼ି ଅନୁଗୁଳରୁ ନୋଏଡ଼ା ଯାଉଥିଲା। ପ୍ରତି ଗାଡ଼ିରେ ୨ଜଣ ଲେଖାଏଁ ଲୋକ ଥିଲେ।
୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ: ୬ ଗିରଫ, ୩ଟି କାର ଜବତ
/sambad/media/post_attachments/wp-content/uploads/2023/01/ganza.jpg)