କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସି ଓ୍ବାର୍ଡ ନଂ ୧୦ ସଇଡାରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କର ମୃତ ଭାଇକୁ ଝୁରି ଝୁରି ମୃତ୍ୟୁ ଘଟିଛି। ନାବାଳିକା ଜଣକ ସୁଶାନ୍ତ ସେଠୀଙ୍କ ଝିଅ ଶ୍ରୁତି ସେଠୀ। ଶ୍ରୁତି କୁଚିଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ।
ଗତ କିଛିମାସ ତଳେ ରଜ ସମୟରେ ଶ୍ରୁତି ଓ ତାଙ୍କ ସାନ ଭାଇ ଘରେ ଦୌଡ଼ାଦୌଡ଼ି କରୁଥିବା ସମୟରେ ସାନଭାଇର ଗୋଡ଼ ଖସିଯିବାରୁ ତଳେ ପଡ଼ି ତାର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ ଶ୍ରୁତି। ଭାଇକୁ ଝୁରି ଝୁରି ଖାଇବା ପିଇବା ଠିକ୍ ଭାବରେ କରି ନଥିଲେ । ଫଳରେ ବିଭିନ୍ନ ସମୟରେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ହଠାତ ଗତକାଲି ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
କୁଚିଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କିଛି ମାସ ବ୍ୟବଧାନରେ ଉଭୟ ଭାଇଭଉଣୀଙ୍କ ମୃତ୍ୟୁ ପରିବାରକୁ ଭାଙ୍ଗି ଦେଇଛି। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶ୍ରୁତିଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସାହାଯ୍ୟ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Untitled-17.jpg)