ଧମା: ସମ୍ବଲପୁର-ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥର ହୁମା ଗ୍ରିଣ୍ଡୋଲାପାଲି ନିକଟରେ ରବିବାର ଅପରାହ୍ଣ ୩ଟାରେ ଏକ ହାଇଓ୍ଵା ଧକ୍କାରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ବଉଦ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଲୁକାପଡ଼ା ଗାଁର ରଂଜନ ସାହୁ (୪୩)। ସେ ତୃତୀୟ ବାଟାଲିୟନ୍ କୋରାପୁଟରେ ହାବିଲଦାରଭାବେ କାର୍ଯ୍ୟ କରୁଥିଲେ। ଘଟଣା ସ୍ଥଳରେ ତାଙ୍କ ପତ୍ନୀ ତେଜସ୍ୱୀ ସାହୁ ଏବଂ ଝିଅ ରିଷିତା ସାହୁ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରଂଜନଙ୍କ ପରିବାର ସମ୍ବଲପୁର ସହର ଭତରା ସ୍ୱପ୍ନେଶ୍ୱର ନଗରରେ ଭଡ଼ାରେ ରହୁଥିଲେ। ରବିବାର ପୁଅକୁ ବସ୍ରେ ବସାଇ ପତ୍ନୀ ଓ ଝିଅ ସହ ନିଜ ହିରୋହଣ୍ଡା ଗ୍ଲାମର୍ ବାଇକ୍ (ଓଡି ୨୭ ୧୫୩୦)ରେ ଭତରାରୁ ସୋନପୁର ରାସ୍ତାରେ ନିଜ ଗାଁ ଅଭିମୁଖେ ଯାଉଥିଲେ। ତେବେ ଗ୍ରିଣ୍ଡୋଲାପାଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଓଆର୍ ୧୬ସି ୩୦୫୪ ହାଇଓ୍ଵା ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ରଂଜନଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରା ଯାଇଥିଲା। ବୁର୍ଲାରେ ଓଡ଼ିଶା ପୁଲିସ ହାବିଲଦାର ସଂଘର ସଭାପତି ରାମଦାସ ପଣ୍ଡା ଏବଂ ସଂପାଦକ ସୁଶାନ୍ତ ସାହୁ ଆହତ ମାଆ, ଝିଅଙ୍କୁ ଭର୍ତ୍ତି କରି ଚିକିତ୍ସାରେ ସହଯୋଗ କରିଥିଲେ।
ହାଇଓ୍ଵା ଧକ୍କାରେ ହାବିଲଦାର ମୃତ : ପତ୍ନୀ ଓ ଝିଅ ଗୁରୁତର
/sambad/media/post_attachments/wp-content/uploads/2018/04/sbp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)