ସମ୍ବଲପୁରରେ ଜଣ୍ଡିସ ସ୍ଥିତିର ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ସମ୍ବଲପୁର: ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମ୍ବଲପୁର ଆସି ମା ସମଲେଇ ମନ୍ଦିର ଗସ୍ତ କରିଛନ୍ତି | ମା ସମଲେଇଙ୍କ ଦର୍ଶନ କରି ରାଜ୍ୟ ସରକାରଙ୍କ ଉପଲବ୍ଧି ରାଜ୍ୟବାସୀ ପାଆନ୍ତୁ ବୋଲି କହିଛନ୍ତି।  ଏହା ସହ ସମ୍ବଲପୁର ସହରରେ ବଢୁଥିବା ଜଣ୍ଡିସ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରିଥିବା କହିଛନ୍ତି।

ଏହା ସହ ସମ୍ବଲପୁର ସହରରେ ପାଣି ପାଇପ ବଦଲାଇ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ସେହିପରି ଅନୁଗୁଳରେ ଆଖି ଅପରେସନରେ ତ୍ରୁଟି ଘଟଣାରେ ମଧ୍ୟ ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆଜି ଆଖି ଅପରେସନ ହୋଇଥିବା ରୋଗୀଙ୍କୁ ମନ୍ତ୍ରୀ ଭିମସାର ଯାଇ ଭେଟିବେ ବୋଲି କହିଛନ୍ତି। ସେହିପରି ରାୟଗଡ଼ାରେ ବ୍ୟାପିଥିବା ଡିପଥେରିଆ ରୋଗ ପ୍ରତି ସ୍ବାସ୍ଥ୍ୟ ବିଭାଗ ସଚେତନ ଅଛି। ରୋଗୀ ଚିହ୍ନଟ ହୋଇଥିବା ଅଂଚଳରେ କଣ୍ଟେନମେଣ୍ଟ ଜୋନ କରାଯାଇଛି। ଟୀକାକରଣ କାର୍ଯ୍ୟ ମଧ୍ୟ ଜୋରସୋରରେ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର