ରେଢ଼ାଖୋଲ: ରେଢ଼ାଖୋଲ ଥାନା କୁକୁଡ଼ାବାହାଲି ପଞ୍ଚାୟତ ଖଜୁରୀଝରଣ ଗ୍ରାମରେ ସ୍ତ୍ରୀ’କୁ ମାରପିଟ କରି ସ୍ବାମୀ ଗିରଫ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଗାଁ’ର ଯୁଧିଷ୍ଠିର ମିର୍ଦ୍ଧା (୩୮) ନିୟମିତ ଭାବେ ନିଜ ପତ୍ନୀ ମୁକ୍ତା ମିର୍ଦ୍ଧାଙ୍କୁ ମାରପିଟ କରିବା ସହ ନିର୍ଯାତନା ଦେଇ ଆସୁଥିଲେ। ସୋମବାର ବି ଯୁଧିଷ୍ଠିର ମୁକ୍ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଏପରିକି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

Advertisment

ଏନେଇ ମୁକ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଯୁଧିଷ୍ଠିରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଲା।