ସମ୍ବଲପୁର: କ୍ଷେତରାଜପୁର ଥାନା ବେହେରାମୁଣ୍ଡାଠାରେ ମୁଣ୍ଡା ହୋଇଯାଇଥିବା ସିମେଣ୍ଟ ଛେଚି ସ୍ତ୍ରୀଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଛନ୍ତି। କ୍ଷେତରାଜପୁର ବେହେରାମୁଣ୍ଡାର ଜୟମତି ରଣା(୨୫)। ୯ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି ପିଣ୍ଟୁ ମୁଣ୍ଡାଙ୍କୁ ବିବାହ କରିଥିଲେ। ପିଣ୍ଟୁ ମଦ ପିଇ ସବୁବେଳେ ତାଙ୍କୁ ଗାଳିଗୁଲଜ ଓ ମାରପିଟ୍ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ କ୍ଷେତରାଜପୁର ସ୍ଥିତ ତାଙ୍କ ମା' ଘରକୁ ୧୫ ଦିନ ତଳେ ଚାଲିଆସିଥିଲେ।
/sambad/media/post_attachments/wp-content/uploads/2022/05/2f3cec1c-ff77-41bb-b68a-70473d2bd999.jpg)
ଗୁରୁବାର ବିଳମ୍ବିତ ରାତିରେ ଜୟମତି ଶୋଇଥିବା ବେଳେ ପିଣ୍ଟୁ ସିମେଣ୍ଟ କଚାଡ଼ି ଚାଲି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/download-1-2.jpg)