କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାଠାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କୁଚିଣ୍ଡା ମହୁଲପାଲି ଥାନା କୁସମୀ ଫାଣ୍ଡି ଅର୍ନ୍ତଗତ ଲୁନ୍ଦୁରୁଡଡିହ, ଜଣ୍ଡା, ଗୋସାଇଁପଡା ଗ୍ରାମରେ ଜଣେ ମହିଳା ବ୍ୟବସାୟୀ ବିକ୍ରି କରିଥିବା ଦହି ଖାଇ ବହୁ ବ୍ୟକ୍ତି ଅସୁସ୍ଥ ହୋଇଛନ୍ତି।
ଘରଘର ବୁଲି ଦହି ବିକ୍ରି କରୁଥିବା ଏହି ମହିଳାଙ୍କଠାରୁ ଗତ ୨୨ ତାରିଖ ମଙ୍ଗଳବାର ଦହି କିଣି ଖାଇଥିବା ସମସ୍ତେ ଅସୁସ୍ଥ ହୋଇଛନ୍ତି। ମହିଳାଙ୍କଠାରୁ କିଣାଯାିଥିବା ଦହି ଖାଇବା ପରେ ଲୋକମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ଓ ଝାଡା ହୋଇଥିଲା। ଏହା ପରେ ଅସୁସ୍ଥମାନଙ୍କୁ କୁନ୍ତରା, କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଥିରେ ଲୁନ୍ଦୁରୁଡିହିର ୨୫, ଜଣ୍ଡା ୫ ଓ ଗୋସାଇଁପଡାର ୮ଜଣ ଅସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/4306af4b-3815-4eed-9764-b0273da7d224.jpg)