ବେଆଇନ ଚାନ୍ଦା:୨ ବନ କର୍ମଚାରୀ ସହ ୩ ଗିରଫ

ରେଢ଼ାଖୋଲ: ଏନଏଚ ୫୫ ଉପରେ ବେଆଇନ ଭାବେ ଚାନ୍ଦା ମାଗିବ ଘଟଣାକୁ ନେଇ ୨ ଜଣ ବନ କର୍ମଚାରୀଙ୍କ ସହ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତମାନେ ‌ହେଲେ ରେଢ଼ାଖୋଲ ବନଖଣ୍ଡ ମୋଚିବାହାଲ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଦିଲୀପ ଖିଲାରି, ଫରେଷ୍ଟ ଗାର୍ଡ ଅଜିତ ସାହୁ ଓ ପୁରୁଷୋତ୍ତମ ପ୍ରଧାନ। ପୁରୁଷୋତ୍ତମ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କ ସ୍ବାମୀ ବୋଲି ଜଣାପଡ଼ିଛି। ମୋଚିବାହାଲଠାରେ ଥିବା ବନ ବିଭାଗର ତନଖି ଫାଟକ ନିକଟରେ ଏକ ଦୁର୍ଗା ମନ୍ଦିରରେ ପ୍ରତି ବର୍ଷ ଦୁର୍ଗା ପୂଜା ହେଉଛି। ଏନେଇ ଗୁରୁବାର ସଂଧ୍ୟାରେ ଏହି ୩ ଜଣ ବିଭିନ୍ନ ଟ୍ରକ ଅଟକାଇ ଚାନ୍ଦା ଆଦାୟ କରୁଥିଲେ।

କେହି ଜଣେ ମୋବାଇଲ ଫୋନରେ ସେମାନେ ଚାନ୍ଦା ମାଗୁଥିବା ଦୃଶ୍ୟ ଉତ୍ତୋଳନ କରି ପୁଲିସ୍ ଡିଜି ଓ ସମ୍ବଲପୁର ଏସପିଙ୍କ ପାଖକୁ ପଠାଇଥିଲେ। ଜିଲ୍ଲା ପୁଲିସ୍ ମୁଖ୍ୟାଳୟରୁ ନିର୍ଦେଶ ପାଇବା ପ‌େର ଚାରମାଳ ପୁଲିସ୍ ଘଟଣାର ତଦନ୍ତ କରି ଏହି ୩ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ସେମାନଙ୍କୁ ‌େକାର୍ଟ ଚାଲାଣ କରାଯାଇଥିବା ବେଳେ ବେଲ୍ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କଠାରୁ ନଗଦ ୯୪୦ ଟଙ୍କା ଜବତ କରାଯାଇଥିବା ବେଳେ ଚାରମାଳ ପୁଲିସ୍ ଏହି ମାମଲା ତଦନ୍ତାଧୀନ ଥିବାରୁ ଅଧିକ ସୂଚନା ଦେଉ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର