ଓଜେଏସ୍‌ ଟପ୍ପର ହେଲେ ସମ୍ବଲପୁରୀ ଝିଅ ଇର୍ସିତା, ବିଭିନ୍ନ ମହଲରୁ ଛୁଟିଲା ପ୍ରଶଂସାର ସୁଅ

ସମ୍ବଲପୁର: ଓପିଏସି ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗଡପୋଷର ଝିଅ ଇର୍ସିତା କେଶରୱାନି ଟପ୍ପର ହୋଇଛନ୍ତି । ଚଳିତବର୍ଷ ମଧ୍ୟ ମହିଳାମାନେ ବାଜିମାତ କରିଥିବା ବେଳେ ପଶ୍ଚିମ ଓଡ଼ିଶାର ଜଣେ ଗ୍ରାମାଞ୍ଚଳର ଝିଅ ଟପ୍ପର ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପରୀକ୍ଷା ଫଳ ପ୍ରକାଶ ପରେ ଘରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି । ଝିଅକୁ ବାପା ମା ମିଠା ଖୁଆଇ ଖୁସି ମନାଇଛନ୍ତି । ବାପା ସଞ୍ଜୟ କେଶରୱାନୀ ଜଣେ ଔଷଧ ବ୍ୟବସାୟୀ ହୋଇଥିବା ବେଳେ ମା ମନୋରମା ହେଉଛନ୍ତି ଜଣେ ଗୃହିଣୀ। ୧୯୯୫ ମସିହା ମାର୍ଚ୍ଚ ୨୨ ତାରିଖରେ ଜନ୍ମିତ ଇର୍ସିତା ପିଲାବେଳରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲ ଶୁଭେଚ୍ଛାର ସୁଅ ଛୁଟିଛି ।

ସମ୍ବନ୍ଧିତ ଖବର