ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଉ ଜଣେ ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସୁନୀଲ କୁମାରଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବେ ବମ୍ବେ ମ୍ୟୁନିସିପାଲ କପୋର୍ରେସନର ବରିଷ୍ଠ ଅଧିକାରୀ ଏସ.ଭିରାମୁଥୁଙ୍କୁ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ଶ୍ରୀ ଭିରାମୁଥୁ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଦାୟିତ୍ବରେ ଥିବା ସହ ପର୍ଯ୍ୟବେକ୍ଷକଙ୍କୁ ଖର୍ଚ୍ଚ ସମ୍ବର୍କୀୟ ତଥ୍ୟ ହାସଲ ପାଇଁ ପ୍ରଶିକ୍ଷଣ ମଧ୍ୟ ଦେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଯୋଗ ଦେଲେ ଆଉ ଜଣେ ବ୍ୟୟ ପର୍ଯ୍ୟବେକ୍ଷକ
/sambad/media/post_attachments/wp-content/uploads/2019/03/meeting-strangers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)