ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସମଲେଇ ପୀଠର ଲୋକାର୍ପଣ କରିବେ। ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି। ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି। ସୁନ୍ଦର ଢଙ୍ଗରେ ସଜେଇ ହୋଇଛି ମା’ ସମଲେଶ୍ୱରୀ ମନ୍ଦିର। ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ସମଲେଶ୍ୱରୀ ପୀଠ।
ମା’ ସମଲେଇ ପୀଠର ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଛି କଳସ ଯାତ୍ରା। ମହାନଦୀ ମାରୱାଡ଼ି ଘାଟରୁ ଉଠିଲା ୧୧ଶହ କଳସ। ସମ୍ବଲପୁରର ବିଭିନ୍ନ ସ୍ଥାନରୁ ଆସି ସ୍ୱତଃପ୍ରବୃତ୍ତ ଭାବେ ଏହି କଳସ ଯାତ୍ରାରେ ମହିଳାମାନେ ସାମିଲ ହୋଇଛନ୍ତି। ବିଭିନ୍ନ ବର୍ଗର ମହିଳାମାନେ ଏହି କଳସ ଯାତ୍ରାରେ ସାମିଲ ହୋଇଛନ୍ତି। ଉପବାସ ରହି କଳସ ଶୋଭାଯାତ୍ରାରେ ଜଳ ନେଇ ମହାନଦୀରୁ ମନ୍ଦିର ଯିବେ। ନଗର ପରିକ୍ରମା କରି ମନ୍ଦିରରେ ପହଞ୍ଚିବା ପରେ ମା ସମଲେଇ ପାଖରେ ଉପବାସ ଭାଙ୍ଗିବେ। ତେଣୁ ଏହି କଳସ ଯାତ୍ରାରେ ସାମିଲ ହୋଇ ଖୁସି ଥିବା ମହିଳାମାନେ କହିଛନ୍ତି।
ଏଣେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃ୍ଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଲୋକାର୍ପଣ ଦିନ ସନ୍ଧ୍ୟାରେ ସାଂସ୍କୃତିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ତେବେ କାଲି ଉଦଘାଟନ ଉତ୍ସବ ପାଇଁ ସକାଳ ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/20-26-750x430-1.jpg)