ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବଡ଼ରମା ବନ୍ୟ ପ୍ରାଣୀ ରେଞ୍ଜ ଓଡସିଂ ସେକସନ୍ ଅନ୍ତର୍ଗତ ବଡ଼ଖଲିଆ ଗ୍ରାମରେ କୁଟୁରା ଶିକାର ଅଭିଯୋଗ ହୋଇଛି। ଅଭିଯୁକ୍ତ ଦ୍ବୟ ହେଲେ ସୁଶୀଲ ଭଇଁସା ଓ ସଂଜୟ ଭଇଁସା। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ,ଟାଙ୍ଗିଆ, କୁଟୁରା ମାଂସ ସମେତ ବ୍ୟବହୃତ ରକ୍ତଲଗା ହଣ୍ଡଲା ଆଦି ଜବତ ହୋଇଛି। ଆଜି ଅପରାହ୍ନରେ ଅଭିଯୁକ୍ତଙ୍କୁ କୁଚିଣ୍ଡା ଏସଡିଜେଏମ କୋର୍ଟ ଚାଲାଣ କରାଯିବ।
ବଡ଼ଖଲିଆ ଗ୍ରାମରେ କୁଟୁରା ଶିକାର ଅଭିଯୋଗ, ୨ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2022/05/Untitled-17.jpg)