ପଶ୍ଚିମ ଓଡ଼ିଶାର ଆରାଧ୍ୟା ଦେବୀ ଜଗଜ୍ଜନନୀ ମା’ ସମଲେଶ୍ୱରୀଙ୍କର ସମଗ୍ର ରାଜ୍ୟ, ଦେଶ ତଥା ପୃଥିବୀରେ ଅଗଣିତ ଭକ୍ତ ରହିଛନ୍ତି। ମା’ ସମେଲଶ୍ବରୀଙ୍କ ଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ମା’ଙ୍କ କୃପା ଲାଭ ହୋଇଥାଏ। ସେହି ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ତଥା ଭକ୍ତିଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଆରମ୍ଭ ହୋଇଥିଲା ସମଲେଇ ପ୍ରକଳ୍ପ। ଆଉ ଜାନୁଆରି ୨୭ ତାରିଖ ଶନିବାର ଦିନ ଏହା ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବାକୁ ଯାଉଛି। ଏହି ପ୍ରକଳ୍ପକୁ ନେଇ କେବଳ ସମ୍ବଲପୁର ନୁହେଁ, ଦେଶଦୁନିଆରେ ମା’ ସମଲେଶ୍ବରୀ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।

Advertisment

ବ୍ୟାପକ ପ୍ରସ୍ତୁତି
ଆସନ୍ତା ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଭଳି ସମଲେଇ ପ୍ରକଳ୍ପର ଲୋକାର୍ପଣକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ବ୍ୟାପକ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ବିଭିନ୍ନ ଦେବାଦେବୀ ପୀଠ, ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ କରାଯାଉଛି। ଆଗରୁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁଙ୍କ ନେତୃତ୍ବରେ ଟ୍ରଷ୍ଟବୋର୍ଡର ସଦସ୍ୟ ଓ ମନ୍ଦିରର ପୂଜକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲୋକାର୍ପଣ ନିମନ୍ତ୍ରଣ କରିଥିଲେ। ପରେ ପୁରୀ ଶ୍ରୀମନ୍ଦିର ଏବଂ କଟକ ଚଣ୍ଡୀ ମନ୍ଦିରକୁ ଯାଇ ନିମନ୍ତ୍ରଣ ଦେଇଥିଲେ। ଯଜ୍ଞମଣ୍ଡପ ପ୍ରସ୍ତୁତ ହୋଇସାରିଥିବା ବେଳେ ଗତକାଲି ଅଙ୍କୁରାରୋପଣ ବି ସଂପନ୍ନ ହୋଇଛି। ୪ଟି ସ୍ଥାନରେ ୪ଗୋଟି ଯଜ୍ଞମଣ୍ଡପ ନିର୍ମାଣ ହୋଇଥିବା ବେଳେ ମନ୍ଦିର ପରିସରର ମଧ୍ୟ ଭାଗରେ ମୁଖ୍ୟ ଯଜ୍ଞମଣ୍ଡପ ତିଆରି କରାଯାଇଛି। ହୋମଯଜ୍ଞ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଭକ୍ତମାନେ ଏଥିରେ ଯୋଗଦାନ କରିପାରିବେ। କେବଳ ୨୭ ତାରିଖ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବାବେଳେ କିଛି ସମୟ ସାଧାରଣ ଦର୍ଶନ ଉପରେ ସୁରକ୍ଷା ଦୃଷ୍ଟିରୁ କଟକଣା ଲଗାଯିବ ବୋଲି ଜଣାପଡ଼ିଛି। ମୁଖ୍ୟ ଯଜ୍ଞମଣ୍ଡପରେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାହୁତି ଦେବାର କାର୍ଯ୍ୟକ୍ରମ ରହିଛି।

publive-image

ଯୁଗାନ୍ତକାରୀ ପ୍ରକଳ୍ପ: ପର୍ଯ୍ୟଟନ ବିକାଶ ସହିତ ଅର୍ଥନୀତିକୁ ଗୁରୁତ୍ବ

ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ରୂପାନ୍ତରୀକରଣ ପାଇଁ ଗତ ୧୭ ଫେବ୍ରୁଆରି ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ‘ସମଲେଇ ପ୍ରକଳ୍ପ’ର ସମସ୍ତ ଆନୁଷଙ୍ଗିକ ଦିଗ ଉପରେ ସବିଶେଷ ଆଲୋଚନା ହୋଇଥିଲା। ଆଉ ଏହା ପରେପରେ ପ୍ରକଳ୍ପ କାମ ଆଗେଇଥିଲା। ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସେହି ବୈଠକରେ ୫-ଟି’ ମାଧ୍ୟମରେ କିଭଳି ରେକର୍ଡ ସମୟ ମଧ୍ୟରେ ‘ସମଲେଇ ପ୍ରକଳ୍ପ’ର କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ ସେଥିଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରୁ ଏ ପର୍ଯ୍ୟନ୍ତ ୫-ଟି’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିଁ କାର୍ଯ୍ୟ ତ୍ବରାନ୍ବିତ ହୋଇ ଏକ ଯୁଗାନ୍ତକାରୀ ପ୍ରକଳ୍ପର ରୂପ ପାଇଛି। ସମଲେଇ ପ୍ରକଳ୍ପରେ ମୁଖ୍ୟତଃ ଚାରିଗୋଟି ପ୍ରାଥମିକ ଲକ୍ଷ୍ୟକୁ ସାକାର କରାଯାଇଛି। ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ ହୋଇଛି। ଦ୍ବିତୀୟତଃ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦିବ୍ୟ ଅନୁଭବ ପ୍ରାପ୍ତି ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ବଲପୁର ତଥା ଓଡ଼ିଶା ପର୍ଯ୍ୟଟନର ଅର୍ଥନୀତି ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ମନ୍ଦିର ଚାରିପାର୍ଶ୍ବରେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଅଧିବାସୀଙ୍କ ଆର୍ଥିକ ବିକାଶ ପାଇଁ ସୁଯୋଗ ସୃଷ୍ଟି ହେବ। ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ପର୍ଯ୍ୟଟକ ସମ୍ବଲପୁର ଆସିବା ଦ୍ବାରା ସ୍ଥାନୀୟ ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ।

ବ୍ୟାପକ ପ୍ରସ୍ତୁତି
ଆସନ୍ତା ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଭଳି ସମଲେଇ ପ୍ରକଳ୍ପର ଲୋକାର୍ପଣକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ବ୍ୟାପକ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ବିଭିନ୍ନ ଦେବାଦେବୀ ପୀଠ, ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ କରାଯାଉଛି। ଆଗରୁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁଙ୍କ ନେତୃତ୍ବରେ ଟ୍ରଷ୍ଟବୋର୍ଡର ସଦସ୍ୟ ଓ ମନ୍ଦିରର ପୂଜକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲୋକାର୍ପଣ ନିମନ୍ତ୍ରଣ କରିଥିଲେ। ପରେ ପୁରୀ ଶ୍ରୀମନ୍ଦିର ଏବଂ କଟକ ଚଣ୍ଡୀ ମନ୍ଦିରକୁ ଯାଇ ନିମନ୍ତ୍ରଣ ଦେଇଥିଲେ। ଯଜ୍ଞମଣ୍ଡପ ପ୍ରସ୍ତୁତ ହୋଇସାରିଥିବା ବେଳେ ଗତକାଲି ଅଙ୍କୁରାରୋପଣ ବି ସଂପନ୍ନ ହୋଇଛି। ୪ଟି ସ୍ଥାନରେ ୪ଗୋଟି ଯଜ୍ଞମଣ୍ଡପ ନିର୍ମାଣ ହୋଇଥିବା ବେଳେ ମନ୍ଦିର ପରିସରର ମଧ୍ୟ ଭାଗରେ ମୁଖ୍ୟ ଯଜ୍ଞମଣ୍ଡପ ତିଆରି କରାଯାଇଛି। ହୋମଯଜ୍ଞ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଭକ୍ତମାନେ ଏଥିରେ ଯୋଗଦାନ କରିପାରିବେ। କେବଳ ୨୭ ତାରିଖ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବାବେଳେ କିଛି ସମୟ ସାଧାରଣ ଦର୍ଶନ ଉପରେ ସୁରକ୍ଷା ଦୃଷ୍ଟିରୁ କଟକଣା ଲଗାଯିବ ବୋଲି ଜଣାପଡ଼ିଛି। ମୁଖ୍ୟ ଯଜ୍ଞମଣ୍ଡପରେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାହୁତି ଦେବାର କାର୍ଯ୍ୟକ୍ରମ ରହିଛି।

publive-image

ମହାନଦୀ ଆରତି
ଓଡ଼ିଶାର ଜୀବନରେଖା ମହାନଦୀତଟରେ ରହିଛି ସମଲେଶ୍ବରୀ ମନ୍ଦିର। ମନ୍ଦିର ସଂଲଗ୍ନ ମହାନଦୀ ଘାଟର ରୂପାନ୍ତର କରାଯାଇଛି। ମହାନଦୀ ଘାଟରେ ଆରତି ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ‌ହୋଇଛି। ଏହି ମହାନଦୀ ଆରତି ଦ୍ୱାରା ଭକ୍ତ ଓ ଶ୍ରଦ୍ଧାଳୁମାନେ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ପରିବେଶ ପାଇପାରିବେ। ଏହାସହ ଭକ୍ତମାନେ ଯେପରି ମା ସମଲେଶ୍ବରୀଙ୍କ ମନ୍ଦିରରୁ ମହାନଦୀର ବିଭିନ୍ନ ଘାଟକୁ ଯାଇପାରିବେ ସେଥିପାଇଁ ସ୍ୱତନ୍ତ୍ର ପଥ ନିର୍ମାଣ ହୋଇଛି। ମହାନଦୀ ଆରତି ପାଇଁ ସମ୍ବଲପୁରବାସୀଙ୍କ ମଧ୍ୟରେ ବହୁଦିନରୁ ଦାବି ହୋଇ ଆସୁଥିଲା। ସମ୍ବଲପୁରବାସୀ ତଥା ଶ୍ରଦ୍ଧାଳୁଙ୍କ ହୃଦୟର କଥାକୁ ଗୁରୁତ୍ବ ଦେଇ ମହାନଦୀ ଆରତି ପାଇଁ ସୁବ୍ୟବସ୍ଥା କରାଯାଇଛି।
ସମୟରେ ସାରିବାକୁ ତନାଘନା
ସମ୍ବଲପୁର ସହରରେ ଥିବା ମା’ ସମଲେଶ୍ୱରୀଙ୍କ ଦିବ୍ୟ ମନ୍ଦିରର ଭବ୍ୟ ରୂପାନ୍ତରୀକରଣ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଓ ଆରମ୍ଭରୁ ହିଁ ୫-ଟି’ ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି। ପ୍ରକଳ୍ପ ସଂପୂର୍ଣ୍ଣ କରିବା ପଛରେ ଶ୍ରୀ ପାଣ୍ଡିଆନଙ୍କ ପରିଶ୍ରମ ପ୍ରଶଂସନୀୟ। ଥରେ ଅଧେ ନୁହେଁ, ସେ ଅନେକଥର ସମ୍ବଲପୁର ଆସି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ପ୍ରକଳ୍ପ ପାଇଁ ଯେମିତି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ଏହି ପ୍ରକଳ୍ପ ସହିତ ଜଡ଼ିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପ ଯାହା ବି ଆବଶ୍ୟକ, ସେଥିପ୍ରତି ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି।
ଚାରି ପ୍ରବେଶଦ୍ବାର ଓ ଭବ୍ୟ ରୂପାନ୍ତର
ସମଲେଇ ପ୍ରକଳ୍ପ ଜରିଆରେ ପ୍ରାୟ ୪୦ ଏକର ପରିମିତ ଅଂଚଳରେ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରୀକରଣ ଘଟିଛି। ମନ୍ଦିରର ଚାରିଦିଗରେ ଚାରିଗୋଟି ପ୍ରବେଶ ଦ୍ୱାର ରହିଛି। ମନ୍ଦିର କାର୍ଯାଳୟ, ପୂଜକଙ୍କ ପାଇଁ ବିଶ୍ରାମାଗାର ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରବେଶ ଦ୍ବାରଗୁଡ଼ିକ ଅତି ସୁନ୍ଦର ଭାବେ ନିର୍ମାଣ କରାଯାଇଛି।
ଆଧ୍ୟାତ୍ମିକ ଅନୁଭବ ପାଇଁ ସୁବ୍ୟବସ୍ଥା
ମା’ ସମଲେଶ୍ୱରୀଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଧ୍ୟାତ୍ମିକ ଅନୁଭବ ପାଇଁ ପ୍ରାୟ ଏକ କିଲୋମିଟର ଦୈର୍ଘ୍ୟର ପରିକ୍ରମା ପଥ ନିର୍ମାଣ ହୋଇଛି। ଏହାର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ରହିଛି। ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଯାନବାହନ ପାର୍କିଂସ୍ଥଳର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ, ସୂଚନା କେନ୍ଦ୍ର, ଜୋତାଷ୍ଟାଣ୍ଡ, ଭେଣ୍ଡିଂଜୋନ୍‌ ଆଦିର ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପ୍ରତି ବେଶ୍ ଯତ୍ନ ନିଆଯାଇଛି।