ସମ୍ବଲପୁର: ସମ୍ବଲପୁର ଧନୁପାଲି ଗ୍ରିନପାର୍କ ଆପାର୍ଟମେଣ୍ଟରେ ରାତ୍‌ ମଙ୍ଗଳ ମେହେରଙ୍କ ହତ୍ୟା କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଜିଲ୍ଲା ଦୌରା ଜଜ୍‌ ପ୍ରଦ୍ୟୁମ୍ନ ନାୟକ ମୁଖ୍ୟ ଅଭିଯୁକ୍ତ ବିଜୁ ଓରଫ ଅଭିଷେକ ତନ୍ତିକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଦେଇଥିବା ବେ​ଳେ ତାର ୩ ଜଣ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ବିଜୁ ଓରଫ ଅଭିଷେକ ତନ୍ତି ପାଣି ପମ୍ପ ଚୋରିକୁ କେନ୍ଦ୍ରକରି ୨୦୧୫ ମସିହା ଜୁନ ୧୦ ତାରିଖ ଦିନ ୧୦ଟା ୨୦ରେ ରାତ୍‌ ମଙ୍ଗଳଙ୍କୁ ଛୁରାମାଡ଼ କରିଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରାତ୍‌ ମଙ୍ଗଳଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡରେ ବିଜୁକୁ ଆଉ ୩ ଜଣ ସହଯୋଗ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କେସ୍‌ ନଂ ୧୭୩/୨୦୧୫ ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଜିଲ୍ଲା ଦୌରା ଜଜ୍‌ ମୁଖ୍ୟ ଅଭିଯୁକ୍ତ ବିଜୁକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ତା ସହିତ ୧୦ ହଜାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ୍‌ଦଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପ୍ରମାଣ ଅଭାବରୁ ୩ ଜଣ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ସରକାରଙ୍କ ପକ୍ଷରୁ ଦୀପ୍ତିରଞ୍ଜନ ଷେଣ୍ଢ ମାମଲା ପରିଚାଳନା କରିଥିଲେ।