ପ୍ରେମ ପାଇଁ ଯୁବକ ଗଛରେ ଝୁଲିପଡ଼ିଲେ

ଚିପିଲିମା: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ବେହେରା ପେଟ୍ରୋଲ ପମ୍ପପଛ ପଟେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକ ହେଲେ କଳାମାଟି ହରିଜନପଡ଼ା ନିବାସୀ ପ୍ରକାଶ ରନବିଡ(୨୦)।

ପ୍ରକାଶ ଥାଉକି ସବୁଦିନ ପରି ସୋମବାର ସକାଳ ୯ଟାରେ ପ୍ରକାଶ ନିଜ କର୍ତ୍ତବ୍ୟସ୍ଥଳ ଲଡ଼ୁଖାଇ ସ୍ଥିତ ବେହେରା ପେଟ୍ରୋଲ ପମ୍ପକୁ ଆସିଥିଲେ। ତେବେ ଦିନ ୧୨ଟା ସମୟରେ ସେ ଫୋନରେ କଥା ହେଉ ହେଉ ହଠାତ କୁଆଡେ ଉଭାନ ହୋଇଯାଇଥିଲେ।ତାଙ୍କ ସହକର୍ମୀମାନେ ପ୍ରକାଶ ୧ ଘଣ୍ଟା କାଳ ନ ଆସିବାରୁ ବହୁତ ଖୋଜାଖୋଜି କରିଥିଲେ। ପରେ ଏକ ଡିମିରି ଗଛରେ ପ୍ରକାଶ ଝୁଲନ୍ତା ଅବସ୍ଥାର ଦେଖିବାକୁ ମିଳିଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଉକ୍ତ ଯୁବକଙ୍କ ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି। ଘଟଣା ସ୍ଥଳରେ ବୁର୍ଲା ଏସଡିପିଓ ଅମ୍ବିତ କୁମାର ମହାନ୍ତି, ବୁର୍ଲା ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନ ପହଞ୍ଚି ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ଓହ୍ଲାଇଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡ଼ିକାଲକୁ ପଠାଇଥିଲେ।

ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ଯୁବକର ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ଠାରୁ ଜଣାପଡିଛି। ଏନେଇ ୪୮୫/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ପ୍ରାଥମିକ ଅନୁସନ୍ଧାନରୁ ଏହି ଆତ୍ମହତ୍ୟାର କାରଣ ପ୍ରେମଜନିତ ବୋଲି ପୁଲିସ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର