ସମ୍ବଲପୁର: ସମଲେଇ ପ୍ରକଳ୍ପ ଲୋକାର୍ପଣ ସହିତ ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ମହାନଦୀ ଆଳତି ବନ୍ଦ ହୋଇଯାଇଛି। ପ୍ରକଳ୍ପ ଲୋକାର୍ପଣ ନିମନ୍ତେ ଚାଲିଥିବା ଉତ୍ସବ ଶେଷ ହେବା ପରେ ଗତ ୨ ତାରିଖ ଠାରୁ ମହାନଦୀ ଆଳତି ବି ବନ୍ଦ ହୋଇଯାଇଛି। ମହାନଦୀ ଆଳତି ସମୟରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିଲା। ବାହାରୁଥିବା ଆସୁଥିବା ଶ୍ରଦ୍ଧାଳୁ ମହାନଦୀ ଆଳତି ପାଇଁ ଅପେକ୍ଷା କରି ରହୁଥିବା ବେଳେ ସହରବାସୀ ମଧ୍ୟରେ ବହୁ ସଂଖ୍ୟାରେ ଯୋଗ ଦେଉଥିଲେ।
ଏ ସଂକ୍ରାନ୍ତରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁଙ୍କୁ ପଚାରିବାରୁ ମହାନଦୀ ଆଳତି ପୁନଃ ଆରମ୍ଭ ହେବା ପାଇଁ ୧୦/୧୨ ଦିନ ସମୟ ଲାଗିବ। କେତେକ ନିର୍ମାଣ କାର୍ଯ୍ୟ ବାକି ରହିଛି। ଯୁଦ୍ଧାକାଳୀନ ଭିତ୍ତିରେ ତାହା ଚାଲିଛି। କାମ ଶେଷ ହେବା ପରେ ପୁଣି ମହାନଦୀ ଆଳତି ପୁଣି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/b75a464d-af83-4664-84a7-c0239e1e1614.jpeg)