ଯୁଯୁମୁରା: ୫୫ ନଂ ଜାତୀୟ ରାଜପଥ ଯୁଯୁମୁରା ଥାନା ଅନ୍ତର୍ଗତ ଠରଲି ନିକଟରେ ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ତେବେ ତାଙ୍କ ବୟସ ପ୍ରାୟ ୫୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।