ସମ୍ବଲପୁର: ରବିବାର ସକାଳେ ଯୁଯୁମୁରା ଥାନା ଅଧୀନ ଧଧୋଲମୁଣ୍ଡା ଗାଁରେ ବିଜୁଳି ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ୩୬ ବର୍ଷିୟ ପଦ୍ମଲୋଚନ ବିଶ୍ୱାଳ।

Advertisment

ଆଜି ସକାଳ ପ୍ରାୟ ୭ଟା ବେଳେ ପଦ୍ମଲୋଚନ ଗୋଟାଏ ଟୁଲୁ ପମ୍ପ୍‌ରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରୁଥିବା ସମୟରେ ବିଜୁଳି ଆଘାତରେ ଆହତ ହୋଇଥିଲେ।

ସ୍ୱାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ହୋଇଯାଇଥିବା ପଦ୍ମଲୋଚନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଲୋକେ ସମ୍ବଲପୁର ଡାକ୍ତରଖାନା ନେଇଯାଇଥିଲେ। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।