ସିଲିଣ୍ଡର ରିଫିଲିଙ୍ଗ ବେଳେ ଲାଗିଲା ନିଆଁ: ଜଣଙ୍କର ମୃତ୍ୟୁ

ସମ୍ବଲପୁର: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏକ ବଡ଼ ସିଲିଣ୍ଡରରୁ ଛୋଟ ସିଲିଣ୍ଡରକୁ ରିଫିଲିଙ୍ଗ ବେଳେ ଏହି ଅଘଟଣ ଘଟିଛି। ସମ୍ବଲପୁର ଜିଲ୍ଲାର ଅଇଁଠାପାଲି ଥାନା କାଇଁଶିରି ଅଞ୍ଚଳରେ ଏକ ଦୋକାନରେ ସକାଳ ୯ଟା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ରାଜା ଓରଫ ସୁଶାନ୍ତ ରଣଜିତ। ତାଙ୍କର ଘର ଧନୁପାଲି ଥାନା ଖଣ୍ଡୁଆଲରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର