ସମ୍ବଲପୁର: ସମ୍ବଲପୁରରେ ମହାନଦୀକୁ ଡେଇଁପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି। ଜୀବନ ହାରିବାକୁ ସେ ଭରା ମହାନଦୀକୁ ଡେଇଁପଡ଼ିଥିଲେ, ହେଲେ ନଈ ପାଣିରେ ଭାସି ଆସି ବୁଦାମୂଳରେ ଲାଗିଥିଲେ। ଗତକାଲି ରାତିରେ ସମ୍ବଲପୁର ମହାନଦୀର ଚାଉଁରପୁର ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ପୁଲିସ ଓ ଅଗ୍ନିଶମ ବିଭାଗ।
ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ପୋଲରୁ ଡେଇଁ ପଡ଼ିଥିଲେ ବ୍ୟକ୍ତି ଜଣଙ୍କ। ରାତି ଅଧିକ ହୋଇଥିବାରୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା। ହେଲେ ରାତି ପ୍ରାୟ ଗୋଟାଏ ବେଳେ ବ୍ୟକ୍ତିଜଣଙ୍କ ଭାସି ଭାସି ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସବୁଦାରେ ଲାଗିଥିଲେ। ସ୍ଥାନୀୟ ଲୋକେ ବ୍ୟକ୍ତିଙ୍କର ପାଟି ଶୁଣି ତୁରନ୍ତ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ବ୍ୟକ୍ତି ଜଣକ ସ୍ଥାନୀୟ ସୁନାପାଲି ଅଞ୍ଚଳର ସନ୍ତୋଷ ତାଣ୍ଡି ବୋଲି ଜଣାପଡ଼ିଛି। ମଦ ପାଇଁ ଘରେ ସବୁବେଳେ କଳହ ହେଉଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/mahanadi-water-c.jpg)