ନାବାଳକ ପ୍ରେମିକକୁ ଯୁବତୀ ପ୍ରେମିକା:ଥାନାରେ ମାମଲା

ବୁର୍ଲା: ବୁର୍ଲା କଣ୍ଟ୍ରାକ୍ଟର କଲୋନିର ଜଣେ ନାବଳକ(୧୬) ଓ ତାଙ୍କ ଠାରୁ ବୟସରେ ବଡ଼ ଯୁବତୀ (୨୨)ଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ହୋଇଛି। ପରିବାର ଲୋକେ ତାଙ୍କ ସମ୍ପର୍କକୁ ଗ୍ରହଣ ନକରିବାରୁ ଦେଢ ମାସ ପୂର୍ବରୁ ସେମାନେ ଘରୁ ଫେରାର୍‍ ହୋଇ ପ୍ରେମ ବିବାହ କରିଛନ୍ତି। ସେ ସମୟରେ ନାବାକଳର ପିତା ବୁର୍ଲା ଥାନାରେ ତାଙ୍କ ପୁଅ ନିଖୋଜ ଥିବା ଅଭିଯୋଗ କରିଥିଲେ। ବୁର୍ଲା ପୁଲିସ୍‍ ତଦନ୍ତ କ୍ରମେ ସେମାନଙ୍କୁ ଠାବ କରିଥିଲା। ବୁଧବାର ପ୍ରେମୀଯୁଗଳଙ୍କ ସମେତ ଉଭୟଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଯାଇ ପଚରାଉଚରା ହୋଇଥିଲା। ତେବେ ସଂପୃକ୍ତ ଯୁବତୀ ଜଣକ ବର୍ତ୍ତମାନ ଗର୍ଭବତୀ ଥିବା କୁହାଯାଉଛି। ଫଳରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣାରେ ସମାଧାନ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ବୁର୍ଲା ପୁଲିସ୍‍ ସମ୍ବଲପୁର ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ନାବଳକର ୧୬୪ ବୟାନ ନେଇଥିବା ବେଳେ ଯୁବତୀଙ୍କ ନାମରେ ଦଫା ୩୬୩ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନାଧିକାରୀ ମାନସ ରଂଜନ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର