ସମ୍ବଲପୁର: ଭାଇ ପାଖରୁ ନାବାଳିକା ଭଉଣୀକୁ ଛଡ଼ାଇ ନେଲେ, ୪ ନାବାଳକ କଲେ ଗଣଦୁଷ୍କର୍ମ

କୁଚିଣ୍ଡା: ଭାଇ ପାଖରୁ ନାବାଳିକା ଭଉଣୀକୁ ଛଡ଼ାଇ ନେଇ ୪ ନାବାଳକ ଗଣଦୁଷ୍କର୍ମ କରିଥିବା ଘଟଣା ଶୁକ୍ରବାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ମହୁଲପାଲି ଥାନାର ତୋରେଇ ଗାଁରେ ଜାନୁଆରି ୧୪ରେ ମକର ସଂକ୍ରାନ୍ତି ଅବସରରେ ଯାତ୍ରା ଓ ମେଳାର ଆୟୋଜନ ହୋଇଥିଲା। ମକର ମେଳା ପାଇଁ ଭାଉ-ଭଉଣୀ ୭-୮ କିଲୋମିଟର ଦୂରରୁ ଯାଇଥିଲେ। ଯାତ୍ରା ଦେଖିବା ପରେ ଜାନୁଆରି ୧୫ ଭୋର ସକାଳୁ ଘରକୁ ଫେରୁଥିଲେ। ଫେରିବା ବାଟରେ ସେମାନେ ଯାତ୍ରା ଦେଖିବାକୁ ଯାଇଥିବା ୪ ଜଣ ନାବାଳକଙ୍କ ଦ୍ୱାରା ଶିକାର ହୋଇଥିଲେ।

୧୩ ବର୍ଷର ଭାଇ ଓ ୧୫ ବର୍ଷର ଭଉଣୀଙ୍କୁ ୪ ଜଣ ନାବାଳକ ଟାର୍ଗେଟ କରିଥିଲେ। ଜଙ୍ଗଲିଆ ରାସ୍ତାରେ ଫେରୁଥିବା ବେଳେ ନାବାଳିକାକୁ ସେମାନେ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ କରି ପରେ ଛାଡ଼ି ଦେଇଥିଲେ। ଏହି ଘଟଣାକୁ ନେଇ ଜାନୁଆରି ୧୬ରେ ମହୁଲପାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଆଜି ଜଣେ ନାବାଳକୁ ଥାନାରେ ପଚରାଉଚରା କରୁଛି। ଅନ୍ୟ ନାବାଳକମାନେ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର