ଧନୁଯାତ୍ରା ଦେଖି ଫେରୁଥିବା ନାବାଳିକାକୁ ଗଣଦୁର୍ଷ୍କମ: ନାବାଳକ ସହ ୨ ଅଟକ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଟାଇଁସରରୁ ଧନୁଯାତ୍ରା ଦେଖି ଫେରୁଥିବାବେଳେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଛି। ଏହି ଘଟଣାରେ ମହୁଲପାଲି ପୁଲିସ ସାନମୁଣ୍ଡାଲୋଇ ନୂଆଁପଡ଼ାର ଯୋଗେଶ୍ବର ମୁଣ୍ଡା (୨୪) ଓ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି। ଗତ ୫ ତାରିଖରେ ୧୫ ବର୍ଷିୟା ନାବାଳିକା ଜଣକ ଟାଇଁସରକୁ ଧନୁଯାତ୍ରା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୧୧ଟାରେ ତାଙ୍କ ଗାଁର ଜଣେ ମହିଳାଙ୍କ ସହ ଘରକୁ ଫେରୁଥିଲେ। କୁସମୀ ଜମନକିରା ଫୁଟ୍‌ବଲ୍‌ ପଡ଼ିଆ ଦେଇ ସେମାନେ ଫେରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଯୋଗେଶ୍ବର ଓ ଜଣେ ନାବାଳକ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଏ ସଂପର୍କରେ ଘରେ ଜଣାଇବା ପରେ ୬ ତାରିଖରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ପୀଡ଼ିତା ଓ ୨ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଛି। ଏଥିସହ ୨ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର