ସମ୍ବଲପୁର: ଦୁଷ୍କର୍ମ ପୀଡ଼ିତା ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ବଲପୁର: ଗତ ମେ’ ୪ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଛାତ୍ରୀ ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶାସନ ଥାନା ଅଞ୍ଚଳରେ ବୁଧବାର ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲୋକଲଜ୍ଜା ସହ୍ୟ କରି ନପାରି ୯ମ ଶ୍ରେଣୀ ଛାତ୍ରୀ ଆଜି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛି।

ବିହାରର ମୂଳ ନିବାସୀ ନାବାଳିକା ଗତ ମେ’ ମାସ ୪ ତାରିଖରେ ଦୁଷ୍କର୍ମର ଶିକାର ହେବା ପରେ ଥାନାରେ ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ଅଭିଯୁକ୍ତମାନେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଘଟଣା ସହିତ ସଂପୃକ୍ତ ଜଣେ ନାବାଳକ ସହିତ ୫ ଜଣ(କାର୍ତ୍ତିକ, ଚିନୁ ସାହୁ, ହାଡୁ ଓରଫ କଇରା, ଆର୍ଶୀବାଦ ବେହେରା) ଓ ଅଭିଳାଷ ନାବରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଏଥି ସହିତ ଘଟଣାର ୧୫ ଦିନ ଭିତରେ ଚାର୍ଜସିର୍ଟ ମଧ୍ୟ ଦାଖଲ ହୋଇଛି।

ପୀଡ଼ିତା ନାବାଳିକା ଆତ୍ମହତ୍ୟା ପରେ ପରେ ସୂଚନା ମିଳିବା ପରେ ଶାସନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର