ନିଖୋଜ ମୂକ ବଧିର ବାଳକ ବେଂଗାଲୁରୁରୁ ଉଦ୍ଧାର

ଗଡ଼ପୋଷ: ଜଣେ ମୂକ ବଧିର ମାନସିକ ଅନଗ୍ରସର ନାବାଳକ ଅଜୟ ମୁଣ୍ଡା (୧୫)କୁ ବେଂଗାଲୁରୁରୁ ଗୋବିନ୍ଦପୁରରୁ ଉଦ୍ଧାର କରିଛି। ଗତ ଜୁଲାଇରେ ଅଜୟ ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ନିଖୋଜ ହୋଇଯାଇଥିଲା। ଏନେଇ ଥାନାରେ ପରିବାର ପକ୍ଷରୁ ଏତଲା ଦେଲା ପରେ ବହୁ ସଂଧାନ ପରେ ମଧ୍ୟ ଅଜୟର କୌଣସି ଠୋସ ସୂଚନା ମିଳି ନଥିଲା। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ବେଂଗାଲୁରୁର ଏକ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରୁ କୁଚିଣ୍ଡା ଚାଇଲଡ୍‌ଲାଇନକୁ ଫୋନ୍‌ ଆସିଥିଲା ଯେ ଅଜୟ ମୁଣ୍ଡା ସେଠାରେ ଅଛି।

ଗୋବିନ୍ଦପୁର ପୁଲିସ୍‌ ପକ୍ଷରୁ ଏକ ଟିମ ଗଡ଼ପୋଷ ନିବାସୀ ଉକ୍ତ ବାଳକର ବାପା ଚଲା ମୁଣ୍ଡାଙ୍କ ସହ ବେଂଗାଲୁରୁ ଯାଇଥିଲେ। ସେଠାରେ ରେଲେଓ୍ଵ ଷ୍ଟେସନ୍‌ରେ ଭିକ ମାଗୁଥିବା ବେଳେ ଅଜୟକୁ ନେଇ ଜଣେ ବ୍ୟକ୍ତି ଚାଇଲଡ୍‌ଲାଇନକୁ ହସ୍ତାନ୍ତର କରିଥିଲେ। ଚାଇଲଡଲାଇନ୍‌ ତାକୁ ଥଇଥାନ କେନ୍ଦ୍ରରେ ରଖିଥିଲା। ଏହାପରେ ଅଜୟର ପରିଚୟ ଖୋଜା ଆରମ୍ଭ ହୋଇଥିଲା। ଆଧାର ଲିଙ୍କ ଖୋଜିବାକୁ ଯାଇ ତା’ର ଟିପ ଚିହ୍ନ ଯାଂଚ କରାଯିବା ପରେ ପରିଚୟ ସଠିକ ମିଳିଥିଲା ଏବଂ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଚାଇଲ୍‌ଡଲାଇନ୍‌କୁ ଯୋଗାଯୋଗ କରାଯାଇଥିଲା। ଏହାପରେ ଅଜୟ ମୁଣ୍ଡାର ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର