ବିଜେଡିରେ ମିଶିଲେ ଶତାଧିକ ଯୁବକ

ଦୁର୍ଗାପାଲି ଅଞ୍ଚଳରେ ରାସେଶ୍ବରୀଙ୍କ ପ୍ରଚାର

ସମ୍ବଲପୁର: ସମ୍ବଲପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଘୁନଘୁଟି ପଡ଼ା, ଠେଲକୋପଡ଼ା, ହୀରାକୁଦ ଆଦି ଅଞ୍ଚଳର ଶତାଧିକ ଯୁବକ ଶୁକ୍ରବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଆକର୍ଷିତ ହୋଇ ସହରରେ ଚାଲିଥିବା ବିକାଶ ଧାରାରେ ସାମିଲ ହେବା ପାଇଁ ସେମାନେ ବିଜେଡିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି। ଶୁକ୍ରବାର ଅପରାହ୍‌ଣରେ ଶାନ୍ତିନଗର ବିଜେଡି କାର୍ଯ୍ୟାଳୟରେ ଏହି ନିରାଡ଼ମ୍ବର ଯୋଗଦାନ ପର୍ବ ଅନୁଷ୍ଠିତ ହୋଇଥିଲା। ଘୁନଘୁଟି ପଡ଼ାର ବିଜେପି ଯୁବ ନେତା ନବକିଶୋର ବାଗଙ୍କ ସହ ଶାନ୍ତନୁ ଦୀପ, ବୀରୁ କୁଅଁର, ରଂଜନ ବାଗ, ସୁଶାନ୍ତ ସୁନା, ବଂଶୀଲାଲ ଥାପା, ଅନୁପ ଦୀପ, ସ୍ବାଧୀନ ବାଗ, କରନ ବାଗ, ରମାକାନ୍ତ ମହାନନ୍ଦଙ୍କ ସମେତ ବହୁ ଯୁବକ ଦଳରେ ଯୋଗ ଦେଇଥିଲେ। ସେହିପରି ଠେଲକୋପଡ଼ାର ଲଲାନୀ ମୁଖୀ, ଶୁଭା ବାଗ, ରାମ ସୁନା, ସତୀଶ ମୁଖୀଙ୍କ ସହ ବହୁ ଯୁବକ, ହୀରାକୁଦ ୮ ନମ୍ବର ୱାର୍ଡର ଅରୁଣ ମଟାରୀ, ବିଜୟ ପଟ୍ଟନାୟକ, ନବୀନ ସାହୁ, ସୋମନାଥ ଦାସ, ସୁଧୀର ଜେନା ପ୍ରମୁଖ ଯୋଗଦାନ ପର୍ବରେ ସାମିଲ ହୋଇଥିଲେ। ନିର୍ବାଚନରେ ସମସ୍ତେ ଲୋକଙ୍କ ନିକଟରେ ପହଞ୍ଚି ଗତ ୫ ବର୍ଷରେ ହୋଇଥିବା ବିକାଶ କାର୍ଯ୍ୟ ସଂପର୍କରେ ଅବଗତ କରାଇବାକୁ ବିଧାୟିକା ଡା. ପାଣିଗ୍ରାହୀ ଆହ୍ବାନ ଦେଇଥିଲେ। ଏହି ଅବସରରେ ସତୀଶ ବିଶି, ବିହାରୀଲାଲ ପନ୍‌ସାରି, ଦୁଲାଲ ରାଏ, ସୁମନ୍ତ୍ର ପଣ୍ଡା, ଅକ୍ଷୟ ବାଗ, କୁନୁ ମେହେର, ସୌରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଶୁକ୍ରବାର ସକାଳେ ବିଧାୟିକା ତଥା ବିଜେଡି ପ୍ରାର୍ଥୀ ଡା. ରାସେଶ୍ବରୀ ପାଣିଗ୍ରାହୀ କାନିଜୁରି, ଗୁଡ଼େଶ୍ବର ମନ୍ଦିର ଅଞ୍ଚଳ, ଧୁଡ଼ାପଡ଼ା, ଝାରପଡ଼ା, ଦୁର୍ଗାପାଲି, କୁସୁମପଡ଼ା, ଘାସିପଡ଼ା, ଖଡ଼ିଆପଡ଼ା, ଲେପର୍ସି କଲୋନି, ଲକ୍ଷ୍ମୀ ଡୁଂଗୁରି ଅଞ୍ଚଳରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ। ନବୀନଙ୍କ ବିକାଶ କାର୍ଯ୍ୟ ଓ ତାଙ୍କର ଶ୍ରେଷ୍ଠ ସମ୍ବଲପୁର ଗଢ଼ିବାର ସ୍ବପ୍ନ ସଂପର୍କରେ ସେ ଭୋଟରଙ୍କୁ ଅବଗତ କରାଇଥିଲେ। ସଂଧ୍ୟାରେ ଡା. ପାଣିଗ୍ରାହୀ ରେମେଡ, ଗୋପାଲମାଲ, ରାଜାନଗର ଆଦି ଅଞ୍ଚଳରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର