ସମ୍ବଲପୁର: ଚଳିତ ମାସ ୯ ତାରିଖରେ ସମ୍ବଲପୁରଠାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ସମ୍ବଲପୁର କୋର୍ଟ ସହ କୁଚିଣ୍ଡା ଓ ରେଢ଼ାଖୋଲ କୋର୍ଟ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୂଚନା ଦେଇଛନ୍ତି। ଏଥିରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ଓ ପ୍ରାକ ମକଦ୍ଦମା ସ୍ତରୀୟ ଫୌଜଦାରୀ(ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ବ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ( ସାଲିସ ଯୋଗ୍ୟ), ବୈବାହିକ ବିବାଦ(ଛାଡ଼ପତ୍ର ବ୍ୟତିତ), ଜମି ଅଗ୍ରହଣ, ଚାକିରି ସମ୍ବନ୍ଧୀୟ, ମୋଟରଯାନ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ କମଦ୍ଦମାର ଆପୋଷ ସହମତିରେ ସମାଧାନ କରାଯାଇ ପାରିବ।
ଲୋକ ଅଦାଲତରେ ମକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼ିବ ନାହିଁ। ଲୋକ ଅଦାଲତରେ ସମାଧାନ ହୋଇଥିବା କୌଣସି ବିଚାରାଧୀନ ମକଦ୍ଦମା ପାଇଁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ। ପୂର୍ବାହ୍ନ ୧୦ଟାରୁ ଲୋକ ଅଦାଲତ ଆରମ୍ଭ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/download-1-1.jpg)