ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଛୋଟ ଟେଲରିଂ ଦୋକାନ କରିଥିବା ତଥା ଦାନୀପାଲିରେ ରହୁଥିବା ମା -ଝିଅ ଇନ୍ଦୁ ଓ ପାୟଲଙ୍କୁ ପଡ଼ୋଶୀ ଛୁରୀ ଭୂଷି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଉଭୟଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଇନ୍ଦୁଙ୍କ ସ୍ବାମୀ ମୋଜାଇକ ମିସ୍ତ୍ରୀ। ଅସୁସ୍ଥତା ହେତୁ ସେ ପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହନ୍ତି। ଏମାନଙ୍କ ଦୁଇ ଝିଅ , ଗୋଟିଏ ପୁଅ । ବଡ଼ ଝିଅକୁ ବାରକୋଟର ଏକ ବ୍ୟବସାୟୀ ପରିବାରର ସଦସ୍ୟ ଆଦର୍ଶ ବିବାହ କରିଛନ୍ତି। ପୁଅ ପାଠ ପଢ଼ୁଛନ୍ତି। ମା ଓ ଝିଅ କଠିନ ପରିଶ୍ରମ କରି ବଡ଼ କଷ୍ଟରେ ଜମି ଖଣ୍ଡିଏ କିଣି ଧାର ଉଧାର କରି ଦାନୀପାଲିରେ ଘରଟିଏ କରିଛନ୍ତି। ତେବେ ପଡ଼ୋଶୀ ଜମି ବିବାଦ ଯୋଗୁଁ ଶତ୍ରୁତା କରି ଆସିଥିଲେ। ଏନେଇ ବହୁବାର ଥାନାକୁ ମାମଲା ଯାଇଛି। ଆଜି ମା ଓ ଝିଅଙ୍କୁକ ଛୁରି ଭୂଷିଛନ୍ତି।
ଦୋକାନରେ ପଶି ମା-ଝିଅଙ୍କୁ ଛୁରୀ ଭୂଷିଲେ ପଡ଼ୋଶୀ, ଗୁରୁତର ଅବସ୍ଥାରେ ଭିମସାରରେ ଭର୍ତ୍ତି
/sambad/media/post_attachments/wp-content/uploads/2023/05/20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)