ସମ୍ବଲପୁର: ସମ୍ବଲପୁରସ୍ଥିତ ତପସ୍ବିନୀ ହଲ୍‌ରେ ‘ସମ୍ବାଦ’ ପକ୍ଷରୁ ଓଡ଼ିଶା-୫୦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି, ସମ୍ୱଲପୁର ବିଶ୍ଵବିଦ୍ୟାଳୟ କୁଳପତି ବିଧୁଭୂଷଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ଏଥିରେ ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସଭାପତିତ୍ବ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସିଜିଏମ୍(ନ୍ୟୁଜ୍) ଅରବିନ୍ଦ ଦାସ ଓ ସମ୍ୱଲପୁର ସଂସ୍କରଣ ଉପମହାପ୍ରବନ୍ଧକ ସୁବ୍ରତ ନାୟକ ମଞ୍ଚାସୀନ ଅଛନ୍ତି।