ଆରମ୍ଭ ହେଲା ଓଡିଶା ଫଟୋଜେନିକ ପ୍ରତିଯୋଗିତା

ସମ୍ବଲପୁର: ପ୍ରାଜ୍ଞଶ୍ରୀ ସଲ୍ୟୁସନ ଆନୁକୂଲ୍ୟରେ ପ୍ରଥମଥର ପାଇଁ ଓଡ଼ିଶା ଫଟୋଜେନିକ ୨୦୨୦ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ କାର୍ଯ୍ୟକ୍ରମରେ ପ୍ରଯୋଜକ ନିର୍ଦେଶକ ପ୍ରାଣିନି ପ୍ରାଜ୍ଞ କହିଲେ, ଏହି ପ୍ରତିଯୋଗିତାରେ ୬ଟି ବର୍ଗର ପ୍ରତିଯୋଗୀ ଭାଗ ନେଇ ପାରିବେ। କିଙ୍ଗ ବର୍ଗରେ ବିବାହିତ ପୁରୁଷ, କୁଇନ ବର୍ଗରେ ବିବାହିତା ମହିଳା, ପ୍ରିନ୍‌ସରେ ୧୬ରୁ ୩୫ ବର୍ଷ ବୟସର ଅବିବାହିତ ଯୁବକ, ପ୍ରିନ୍‌ସେସରେ ୧୬ରୁ ୩୫ ବର୍ଷର ଅବିବାହିତ ଯୁବତୀ, ଲିଟିଲ ମାଷ୍ଟରରେ ୧୫ବର୍ଷରୁ କମ୍‍ ବାଳକ ଏବଂ ଲିଟିଲ ମିସ୍‍ରେ ୧୫ବର୍ଷରୁ କମ ବାଳିକା ମାନେ ଭାଗ ନେଇ ପାରିବେ। ଆଗ୍ରହୀ ପ୍ରତିଯୋଗୀମାନେ ନିଜର ଗୋଟିଏ ଫଟୋକୁ ଜାନୁଆରି ୩୧ ସୁଦ୍ଧା ହ୍ୱାଟସ୍‍ଆପ୍‍ ନମ୍ବର ୮୨୬୦୨୬୧୭୭୦ରେ ପଠାଇ ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ସେଥିରୁ ଯୋଗ୍ୟ ବିବେଚିତ ଫଟୋଗୁଡିକୁ କୋଡ୍‌ ଦେଇ ପ୍ରାଜ୍ଞଶ୍ରୀ ସଲ୍ୟୁସନ ଫେସବୁକ ପେଜ ଓ ୟୁଟ୍ୟୁବ୍‌ ଚାନେଲ ମାଧ୍ୟମରେ ଭୋଟିଂ ପାଇଁ ଛଡାଯିବ। ଫେବୃଆରି ୧ରୁ ୨୮ତାରିଖ ମଧ୍ୟରେ ହୋଇଥିବା ଲାଇକକୁ ଗଣନା କରାଯାଇ ସର୍ବାଧିକ ଲାଇକ ଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ସବୁ ବର୍ଗରୁ ୫ ଜଣଙ୍କୁ ନେଇ ଫାଇନାଲ ଅନୁଷ୍ଠିତ ହେବ। ପରେ ଏକ ନିର୍ଦ୍ଦିଷ୍ଟ ଦିନ ଆୟୋଜିତ ଉତ୍ସବରେ ସମସ୍ତ ଫାଇନାଲ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଉତ୍ସବରେ ବିଚାରକମାନେ ବିଜୟୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ। ସେହି ଅବସରରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଶ୍ରୀ ପ୍ରାଜ୍ଞ ସୂଚନା ଦେଇଥିଲେ। ସାରା ଓଡ଼ିଶାର ସମସ୍ତ ବୟସବର୍ଗ ପୁରୁଷ, ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ନିଆରା ପ୍ରତିଯୋଗିତାରେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନେବାକୁ ଶ୍ରୀ ପ୍ରାଜ୍ଞ ଅନୁରୋଧ କରିଥିଲେ। ବିଜୟୀ ପ୍ରତିଯୋଗୀଙ୍କୁ ନଗଦ ଅର୍ଥରାଶି, ପ୍ରମାଣପତ୍ର, ଟ୍ରଫି ସହ ମାଗଣା ଆଉଟଡୋର ଫଟୋ ସୁଟ୍‍, ଫିଲ୍ମ, ମଡେଲିଂ, ଆଲବମ୍‍, ସର୍ଟ ଫିଲ୍ମରେ ଅଭିନୟ ଆଦିର ସୁଯୋଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତାର ଚାରି ଆଇକନ୍‌ ମିସ୍‍ ଗାଲାକ୍ସି ୱାର୍ଲ୍ଡ ଅର୍ପିତା ବେହେରା, ମିସେସ୍‍ ଫଟୋଜେନିକ ଡିଭା ମିସ୍‍ ଆଣ୍ଡ ମିସେସ ଇଣ୍ଡିଆ ଓ ଓମେନ ସବଷ୍ଟାଣ୍ଡ- ମିସ୍‍ ଆଣ୍ଡ ମିସେସ୍‍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଆରାଧନା ମିଶ୍ର, ଏଲାଇଟ୍‍ କ୍ଲବ ଇଣ୍ଟରନେସନାଲ ମିସେସ ଇଣ୍ଡିଆର ଫାଷ୍ଟ ରନର୍ସ ଅପ୍‌ ସଂଯୁକ୍ତା ନାଗ ତାଣ୍ଡି ତଥା ମିସେସ ଓଡ଼ିଶା ଓ ମିସେସ କୁଇନ ୟୁନିଭର୍ସ ଇଣ୍ଟରନ୍ୟାସନାଲ ରାଉଣ୍ଡର ଦ୍ୱିତୀୟ ରନର୍ସ ଅପ୍‌ ମନୀଷା ମହାପାତ୍ର ଉପସ୍ଥିତ ରହି ଓଡିଶା ଫଟୋଜେନିକ-୨୦୨୦ର ଲୋଗୋ ଉନ୍ମୋଚନ କରିଥିଲେ। ଅନୁଷ୍ଠାନର ମ୍ୟାନେଜର ଶାନ୍ତନୁ ହୋତା, ଏସ୍‌କେ ଟିଟୁ, କୁମାର, କାହ୍ନା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର