ସମ୍ବଲପୁର: ସମ୍ବଲପୁର ସଦର ଥାନା ମାନେଶ୍ବର ଅଞ୍ଚଳରେ ୧୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବୃଦ୍ଧକୁ ଶୁକ୍ରବାର ପୁଲିସ ଗିରଫ କରିଛି। କାଲି ଅପରାହ୍ଣରେ ଯୁବତୀ ଜଣକ ଶୌଚ କରିବା ପାଇଁ ଯାଇଥିଲେ। ସେ ଶୌଚ କରିବା ସମୟରେ ଭୋଇପାଲି ଅଞ୍ଚଳର ସାନିକା ମୁଣ୍ଡା(୫୫) ତାଙ୍କ ଉପରେ ନଜର ରଖିଥିଲେ। ଯୁବତୀ ଜଣକ ଏକା ଫେରିବା ବେଳେ ନିକଟରେ ଥିବା ଏକ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଭିତରକୁ ନେଇଯାଇଥିଲେ। ସେଠାରେ ଜବରଦସ୍ତି ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିଲେ। ସାନିକା ଏହା ପୂର୍ବରୁ ମଧ୍ୟ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ସେ ଭୟଭୀତ କରିଦେଇଥିବାରୁ ଯୁବତୀ ଜଣକ କାହାକୁ କିଛି କହି ନଥିଲେ।
ଅନ୍ୟପଟେ ସାନିକାଙ୍କୁ ମଧ୍ୟ ସେ ଦେଖା ଦେଇ ନଥିଲେ। କାଲି ଯୁବତୀଙ୍କୁ ଏକା ପାଇ ସାନିକା ପୁଣିଥରେ ଦୁଷ୍କର୍ମ କରିଥିଲା। ଯାହାକୁ ନେଇ ଯୁବତୀ ଜଣକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ସଦର ଥାନା ପୁଲିସ ସାନିକାକୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/arrest-new-indian-express-1.jpg)