ସମ୍ବଲପୁର: ହାତୀ ଆକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବୃଦ୍ଧାଙ୍କ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଘେନୁପାଲି ପଂଚାୟତ ବୁରୋମାଲ ଗାଁର ପାର୍ବତୀ ପଧାନ (୭୦) ଆଜି ସକାଳୁ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। କିଛି ସମୟ ପରେ ପାର୍ବତୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ବଡ଼ମେଡିକାଲକୁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସମ୍ବଲପୁର: ହାତୀ ଆକ୍ରମଣରେ ଆହତ ବୃଦ୍ଧାଙ୍କ ହସ୍ପିଟାଲରେ ମୃତ୍ୟୁ
/sambad/media/post_attachments/wp-content/uploads/2018/04/Elephant-Killed-Woman_Illustration-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)