ସମ୍ବଲପୁର: ମୁହାଁମୁହିଁ ବାଇକ୍‌ ଧକ୍କାରେ ଜଣେ ମୃତ, ୪ ଗୁରୁତର

ସମ୍ବଲପୁର: ରାଜ୍ୟ ରାଜପଥ ୭୬ ନମ୍ବର ଧମା ଥାନା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର-ସୋନପୁର ରାସ୍ତାର ଧମା ଥାନା ଅନ୍ତର୍ଗତ କୁଟିଆପାଲି ନିକଟରେ ଏହି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ଯୋଗୁଁ ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଲ ଗ୍ରାମର ଭୀମ ମହାକୁରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଭୀମଙ୍କ ବାଇକରେ ବସିଥିବା ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ବ୍ୟକ୍ତିଗତ କାମରେ ଯାଇଥିବା ଉଭୟ ବ୍ୟକ୍ତି ସମ୍ବଲପୁରରୁ ନିଜ ଘର ସୁବର୍ଣ୍ଣପୁର ଜିଲ୍ଲାକୁ ଫେରୁଥିଲେ।

ଅନ୍ୟ ଏକ ବାଇକରେ ୩ଜଣ ଲୋକ ବସିଥିଲେ। ସେମାନେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ମା’ ମେଟାକାନୀ ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିଲେ। ଗୁରୁତର ରୂପେ ଆହତ ହୋଇଥିବା ୪ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇଁ ଧମା ପୋଲିସ ଘଟଣାସ୍ଥଳକୁ ପହଞ୍ଚିଛି।

ସମ୍ବନ୍ଧିତ ଖବର