ସମ୍ବଲପୁର: ଯୁଯୁମୁରା ଥାନା ଅନ୍ତର୍ଗତ ହାତୀବାରୀ ନିକଟରେ ଜାତୀୟ ରାଜପଥ ୫୫ ନମ୍ବରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଚାରି ଚକିଆ ଯାନ ଧକ୍କା ଦେବାରୁ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବିହାର ରାଜ୍ୟର ଗୟା ଜିଲ୍ଲା ଅଞ୍ଚଳର ଅଖତର ଖାନ(୫୫) ସାଇକେଲରେ କୌଣସି କାମରେ ଯାଉଥିବା ବେଳେ ଏକ ବଡ଼ ଗାଡ଼ି ଶକ୍ତ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଅଖତର କିଛି ସମୟ ଛଟପଟ ହେବାର ପ୍ରାଣବାୟୁ ଉଡ଼ିଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଛି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ସାଇକେଲ ଆରେହୀ ମୃତ
/sambad/media/post_attachments/wp-content/uploads/2018/08/Accident_Bike_Road_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)