ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ଉତ୍ତେଜନା ପରେ ରାସ୍ତା ଅବରୋଧ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରୁ ଦେବଗଡ଼ ଜାତୀୟ ରାଜପଥ ୪୯ରେ ଗୁରୁବାର ଦୁର୍ଘଟଣାରେ ଜଣେ ଲୋକର ମୃତ୍ୟୁ ଘଟିଛି। ସିରିଡ ଛକ ନିକଟରେ ଏକ ବୋଲେରୋ ଧକ୍କାରେ ଦେବାରୁ ସିରିଡ ଗ୍ରାମର ବୁଲୁ ବେହେରାଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ବୁଲୁକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ବୁଲୁ ବେହେରାଙ୍କ ମୃତ୍ୟୁ ପରେ ଉତ୍ତେଜିତ ଲୋକେ ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଶହଶହ ଯାନବାହାନ ଚାଳଚଳ ବନ୍ଦ ହୋଇ ଯାଇଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଛି। ବୁଲୁ ରାସ୍ତାରେ ଚାଲିଚାଲି ରେଙ୍ଗାଲଡୋରୁ ଘରକୁ ଫେରୁଥିଲେ। ପୁଲିସ ଘଟଣାସ୍ଥଳରୁ ବୋଲେରୋକୁ ଜବତ କରିଛି।

ସମ୍ବନ୍ଧିତ ଖବର