ବେଆଇନ ବନ୍ୟଜନ୍ତୁ ସାମଗ୍ରୀ କାରବାର ଅଭିଯୋଗରେ ଜଣେ ଗିରଫ

ସମ୍ବଲପୁର: ବେଆଇନ ବନ୍ୟଜନ୍ତୁ ସାମଗ୍ରୀ କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାମ ଆକାଶ ଅଗ୍ରୱାଲ ବୋଲି ଜଣାଯାଇଛି। ତାଙ୍କର ବୟସ ୩୭ ବର୍ଷ ଏବଂ ଘର ସମ୍ବଲପୁର ଜିଲ୍ଲାରେ ବୋଲି ସୂଚନା ଦିଆଯାଇଛି। ତାଙ୍କଠାରୁ ୪ଟି ଚିତାବାଘ ନଖ, ଚିତାବାଘର ପାଦ, ବନ୍ୟ କୁକୁରର ଚର୍ମ, ବନ୍ୟ କୁକୁରର କେଶ, ବଜ୍ରକାପ୍ତାର କାତି ଆଦି ଜବତ କରାଯାଇଛି।

ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ କହିବା ଅନୁଯାୟୀ, ସୂଚନାଦାତାଙ୍କଠାରୁ ସୂଚନା ପାଇବା ପରେ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନର ଅଧିକାରୀମାନେ ସମ୍ବଲପୁର ଜିଲ୍ଲା ପୁଲିସର ସହଯୋଗରେ ଜଙ୍ଗଲ ଓ ପୁଲିସ ଅଧିକାରୀଙ୍କ ମିଳିତ ଟିମ୍ ସମ୍ପୃକ୍ତ ମଧ୍ୟସ୍ଥ ବ୍ୟକ୍ତିଙ୍କୁ ଠାବ କରିଥିଲେ। ବନ୍ୟ ସାମଗ୍ରୀ ବିକ୍ରୟ ସମୟରେ ମଧ୍ୟସ୍ଥ ବ୍ୟକ୍ତି ଆକାଶ ଅଗ୍ରୱାଲଙ୍କୁ ଧରାଯାଇଥିଲା ଏବଂ ପରେ କୋର୍ଟ ଚାଲାଣ କରାଯାଇଥିଲା। ସୂଚନାଦାତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର