ଜୁଜୁମୁରା: ବୁଧବାର ପାହାନ୍ତାରେ ସମ୍ବଲପୁର ଜିଲ୍ଲାର ଜୁଜୁମୁରା ଅନ୍ତର୍ଗତ ଭୀମଖୋଜ ଛକରେ ଗୋଟାଏ ଟ୍ରକ୍ ଓଲଟି ପଡ଼ିବାରୁ ତା’ର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।
ମୃତ ଡ୍ରାଇଭର ହେଉଛନ୍ତି ୨୭ ବର୍ଷିୟ ଦିନେଶ ଜୀ ଏବଂ ତାଙ୍କ ଘର ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲା ଅନ୍ତର୍ଗତ ବିନ୍ନପୁର ଠାରେ।
ମଧ୍ୟପ୍ରଦେଶରୁ ପିଆଜ ଓ ରସୁଣ ନେଇ ବାରିପଦା ଆସୁଥିବା ଉକ୍ତ ଟ୍ରକ୍ର ଭୋର୍ ପ୍ରାୟ ୪ଟା ବେଳେ ଟିୟୁ-ଟାୟାର୍ ଫାଟିଯିବାରୁ ତାହା ରାସ୍ତା କଡ଼କୁ ଓଲଟି ପଡ଼ିଲା। ଫଳରେ କ୍ୟାବିନ୍ ମଧ୍ୟରେ ଚାପି ହୋଇ ଘଟଣାସ୍ଥଳରେ ଡ୍ରାଇଭର ଦିନେଶଙ୍କର ମୃତ୍ୟୁ ଘଟିଲା।
ତଦନ୍ତ ପାଇଁ ଜୁଜୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/truck.jpg)