ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ

ସମ୍ବଲପୁର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ମହାମାରୀ କୋଭିଡ୍ -୧୯ ବିସ୍ତାର ବିରୁଦ୍ଧରେ ଲଢେଇରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଓଏସଓୟୁ ପକ୍ଷରୁ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି |

ଶିକ୍ଷାର୍ଥୀ, ଅଧ୍ୟୟନ କେନ୍ଦ୍ର ସଂଯୋଜକ ଏବଂ ପରିଚାଳନା ବୋର୍ଡର ସଦସ୍ୟଙ୍କ ଦ୍ୱାରା ସମର୍ଥନ ପାଇବା ପରେ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଅବଦାନ ନିଆଯାଇଛି ବୋଲି ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଡ଼.ଶ୍ରୀକାନ୍ତ ମହାପାତ୍ର, କହିଛନ୍ତି | ସେହିପରି ବିଶ୍ୱବିଦ୍ୟାଳୟ ପକ୍ଷରୁ ମାନସିକ ଚାପକୁ ଦୂର କରିବା ଏବଂ କୋଭିଡ-୧୯ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅନଲାଇନ ପାଠ୍ୟକ୍ରମ ମଧ୍ୟ ବିକଶିତ କରାଯାଇଛି |

ସ୍ୱାସ୍ଥ୍ୟ କର୍ମୀ ଏବଂ ସାଧାରଣ ଜନତାଙ୍କ ତାଲିମ ପାଇଁ ଅନଲାଇନ୍ ମଡ୍ୟୁଲ୍ ବିକାଶ ପାଇଁ ନିମ୍ହାନ୍ସ ,ବାଙ୍ଗାଲୋର ଏବଂ ଭିମସାର, ବୁର୍ଲାର ସହଯୋଗ ନିଆଯାଉଛି | ଏହି ମଡ୍ୟୁଲଗୁଡିକ ଜୁନ ୧୦ରେ ପ୍ରକାଶ କରାଯିବ | ନିକଟରେ ଉନ୍ନତ ଭାରତ ଅଭିଯାନ ବ୍ୟାନରରେ ବଡସିଂହାରୀ ଗ୍ରାମରେ ଓ଼ସଓୟୁର କର୍ମଚାରୀମାନେ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ |

ସମ୍ବନ୍ଧିତ ଖବର