ଧାନ ବିକ୍ରି ଦୁର୍ନୀତି ଅଭିଯୋଗ:ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ୧୮ ହଜାର ବସ୍ତା ଧାନ କିଣା ବିକା ଦୁର୍ନୀତି ଅଭିଯୋଗ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ତଦନ୍ତ ନିର୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳ ପ୍ରଦୀପ ସାହୁ ଏବଂ ସିଏସଓ ପିତାମ୍ବର ଆଚାର୍ଯ୍ୟଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଏହି ୧୮ ହଜାର ଧାନ କେଉଁଠୁ ଆସିଲା ଏବଂ କାହାର ଏ ନେଇ ତଦନ୍ତ ପରେ ଦୁର୍ନୀତି ଅଭିଯୋଗ ସ୍ପଷ୍ଟ ହୋଇ ପାରିବ। ଅନ୍ୟଦିଗରେ ୨୪ ଘଣ୍ଟା ପରେ ଝାଙ୍କରପାଲିରେ ଜବତ ଧାନ ଗାଡ଼ିକୁ ଆଜି ମଧ୍ୟ ଚାଷୀ ଜଗି ରହିଛନ୍ତି। ଏହି ଧାନ କେଉଁଠିକୁ ଯିବ ଏହାର କଣ ହେବ ଏ ନେଇ ସିଏସଓ ନିଷ୍ପତ୍ତି ନେଉନଥିବାରୁ ଚାଷୀଙ୍କୁ ସମସ୍ୟା ହେଉଛି। ଅଭିଯୋଗ ଅନୁଯାୟୀ, ଉପସମିତି ବୈଠକରେ ୧୨ ତାରିଖରେ ସମ୍ବଲପୁର ଉପଖଣ୍ଡ ସ୍ଥିତ ମଣ୍ଡି ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା। ବଳକା ଧାନ ଲେଫ୍ଟ ଆଉଟ ପେଡି ଅନ୍ତର୍ଗତରେ ଯାଞ୍ଚ କରାଯାଇ ଧାନ କିଣାବିକା କରାଯାଇ ମିଲର୍ସଙ୍କ ପାଖକୁ ପଠାଯିବ। ମାତ୍ର ଖଲିଆପାଲି, ଯୁଯୁମୁରା ଏବଂ ଜୟନ୍ତପୁରରେ ରାତି ଅଧିଆ ମଣ୍ଡି ଖୋଲା ଯାଇ ୧୮ ହଜାରରୁ ଅଧିକ ପ୍ୟାକେଟ ସୋମବାର ଏବଂ ମଙ୍ଗଳବାର ନିଆଯାଇଛି। ଝାଙ୍କରପାଲିରେ ବାହାରୁ ଧାନ ଆସିଥିବା ନେଇ ସ୍ଥାନୀୟ ଚାଷୀ ଧରିଥିଲା।

ସମ୍ବନ୍ଧିତ ଖବର