ବାମରା : ବୁଧବାର ବାମରା ବ୍ଲକ୍‌ର ଉଚ୍ଚକାପାଟ ଓ କେଶାଇବାହାଲ ଧାନ ମଣ୍ଡି ଆରମ୍ଭ ହୋଇଛି। ଉଚ୍ଚକାପାଟ ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ମଞ୍ଜୁଲତା ଲୁହା ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଚାଷୀ ନେତା ଯୋଗବିହାରୀ ପରିଡ଼ା, ମିତ୍ରଭାନୁ କେଛୁ, ଆଲୋକ ଚୌଧୁରୀ, ବିକାଶ ଚୌଧୁରୀ, ସୁନୀଲ ନାୟକ, ମନୋଜ ନିଖଣ୍ଡିଆ ଓ ବସନ୍ତ ଲୁହା ଉପସ୍ଥିତ ଥିଲେ। କେଛୁପାଣିର ‘ବିଶ୍ୱ’ ଏସ୍‌ଏଚ୍‌ଜିକୁ ଧାନ କିଣା ଦାୟିତ୍ବ ଦିଆଯାଇଥିବା ବେଳେ ସଭାନେତ୍ରୀ ସୌଦାମିନୀ ନାଏକ ଓ ସଂପାଦିକ ନାଳିନୀ ନାଏକଙ୍କ ସହ ସଭ୍ୟାମାନେ ଏହାକୁ ପରିଚାଳନା କରିଥିଲେ। ସମ୍ବଲପୁର ସ୍ଥିତ କଳିଙ୍ଗ କମର୍ସିଆଲ୍‌ କର୍ପୋରେସନ୍‌ ଲିଃ ଓ କଳିଙ୍ଗ ଏଗ୍ରୋ ଫୁଡ୍‌କୁ ଧାନ କ୍ରୟ ପାଇଁ ଟ୍ୟାଗ୍‌ କରାଯାଇଛି।

Advertisment

ଅନ୍ୟମାନଙ୍କ ମଧ୍ୟରେ କୁଚିଣ୍ଡା ଆର୍‌ଏମସି କର୍ମଚାରୀ ଉମେଶ ଚନ୍ଦ୍ର କାଲୋ, ଅନିଲ ପୁରୋହିତ, ଲୋକନାଥ ବାଘ ଓ ବାଦଲ ମେହେର ଉପସ୍ଥିତ ଥିବା ବେଳେ ଡିଇଓ ପ୍ରିୟଙ୍କା ମେହେର ଓ ଆଲିସା ନାୟକ ଦାୟିତ୍ବ ତୁଲାଇଥିଲେ। ଆଜି ପ୍ରଥମ ଦିନ ୧୧ ଜଣ ଚାଷୀଙ୍କ ମୋଟ ୧୨୩୫ ବସ୍ତା ଧାନ କ୍ରୟ ହୋଇଥିଲା। ଅପରାହ୍‌ଣରେ ବାମରା ତହସିଲଦାର ଅନିଲ କୁଲୁ ମଣ୍ଡି ନିରୀକ୍ଷଣ କରି ଚାଷୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।
ସେହିପରି କେଶାଇବାହାଲ ମଣ୍ଡିକୁ ଲ୍ୟାମ୍ପସ ପରିଚାଳନା ନିର୍ଦେଶକ ସନ୍ଦୀପ ନାୟକ ଉଦ୍‌ଘାଟନ କରିଥିଲେ। ଚାଷୀ ନେତା ଖତୁ ପିଙ୍ଗ, ପ୍ରବୁଦ୍ଧ ପଟେଲ, ଚନ୍ଦ୍ରଭାନୁ ସେଠ, ସନ୍ତୋଷ ପଟେଲ, ଜିତେନ୍ଦ୍ରୀୟ ନାଏକ ଓ ଉମାକାନ୍ତ ସାହୁ, କୁଚିଣ୍ଡା ଏଆର୍‌ସିଏସ୍ ଭବାନୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ମଣ୍ଡିରେ ୯ ଜଣ ଚାଷୀଙ୍କ ୧୧୩୬ ବସ୍ତା ଧାନ କ୍ରୟ ହୋଇଥିଲା। ଲ୍ୟାମ୍ପ୍‌ସ ଏମ୍‌ଡି ଶ୍ରୀ ନାଏକଙ୍କ ସହ କର୍ମଚାରୀ ଚିତ୍ତରଞ୍ଜନ ନାଏକ, ଡିଇଓ ସମ୍ବିତ ପଟେଲ, ଆର୍‌ଏମ୍‌ସି କର୍ମଚାରୀ ଚନ୍ଦ୍ରମଣି ନାଏକ ଓ ନୀଳମଣି ନାଏକ ସହଯୋଗ କରିଥିଲେ।