ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସତର୍କ ରହିବାକୁ ବିଧାୟକମାନଙ୍କୁ ପରାମର୍ଶ

ସମ୍ବଲପୁର : ମାଓବାଦୀ ସଂଗଠନ ପ୍ରତିଷ୍ଠା ସପ୍ତାହ ପାଳନ ଅବସରରେ ରକ୍ତମୁଖା ହୋଇଛନ୍ତି ଲାଲବାହିନୀ। ଆନ୍ଧ୍ରପ୍ରଦେଶରେ ୨ ବିଧାୟକଙ୍କୁ ହତ୍ୟା କରିବା ସହ କଳାହାଣ୍ଡିରେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ଅନ୍ୟାନ୍ୟ ସ୍ଥାନରେ ବି ହିଂସା ପାଇଁ ସେମାନେ…
ଅଧିକ ଖବର ଦେଖନ୍ତୁ...

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଗୁରୁତର

ସମ୍ବଲପୁର: ପୂର୍ବ ଶତ୍ରୁତାକୁ ନେଇ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ସଦର ଥାନା ଭୋଇପାଲି ଅଞ୍ଚଳରେ ଘଟିଯାଇଛି। ଏନେଇ ଅଭିଯୋଗ ହେବାପରେ ପୁଲିସ୍‌ ଗଜିନ୍ଦ୍ର ବାରିକ(୩୫) ନାମକ ଜଣେ ଯୁବକକୁ ଗିରଫ କରିଥିବା ବେଳେ ଆକ୍ରମଣରେ ବ୍ୟବହୃତ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳସ୍ତର ୬୨୬.୯୧ ଫୁଟ

ସମ୍ବଲପୁର : ଶୁକ୍ରବାର ରାତି ୯ଟା ସୁଦ୍ଧା ହୀରାକୁଦ ନଦୀବନ୍ଧରେ ଜଳସ୍ତର ୬୨୬.୯୧ ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧୦ ହଜାର ୯୭୫ କ୍ୟୁସେକ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ବାଟ ଦେଇ ୧୫ ହଜାର ୭୩୯ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା।
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିନ୍ଦୁ ପରିବାରର ବିରଳ ସଂସ୍କୃତି : ପଢ଼ିଆରୀ ଘରୁ ବାହାରିଲା ତାଜିଆ

ସମ୍ବଲପୁର : ସମ୍ବଲପୁର ବୋଧହୁଏ ବିଶ୍ୱର ଏକମାତ୍ର ସହର ଯେଉଁଠି ସର୍ବପ୍ରଥମେ ହିନ୍ଦୁ ମାନଙ୍କ ପକ୍ଷରୁ ତାଜିଆ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ସବୁ ଝଡ଼ଝଞ୍ଜା ଓ ପାରିବାରିକ ସମସ୍ୟା ସତ୍ତ୍ୱେ ବି ଏହାକୁ ଅକ୍ଷୁଣ୍ଣ ରଖିଛନ୍ତି ମୁଦିପଡ଼ାର ପଢ଼ିଆରୀ ପରିବାର। ନିଜ ପୂର୍ବଜଙ୍କ ଦ୍ୱାରା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେଉଛନ୍ତି ଜୟ ନାରାୟଣ

ସମ୍ବଲପୁର : ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ଗତ ୪ ଦିନ ହେଲା ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। କିଡ୍‌ନି ଜନିତ ସମସ୍ୟାରେ ପୀଡ଼ିତ ଥିବା ଜୟ ନାରାୟଣଙ୍କ କ୍ରିଏଟିନାଇନ୍‌ ସ୍ତର ବୃଦ୍ଧି ପାଇବାରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ବର୍ତ୍ତମାନ ଏମ୍‌ସରେ ଚିକିତ୍ସା ପରେ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ-ମୁସଲମାନ୍ ଭାଇଚାରାର ଅପୂର୍ବ ନିଦର୍ଶନ : ମହରମ୍ ଦିନ ଏଠି  ହିନ୍ଦୁ ପଢିଆରୀ  ଘରୁ ବାହାରେ  ତାଜିଆ ଶୋଭାଯାତ୍ରା

ସମ୍ବଲପୁର : ଆଜି ହେଉଛି ମୁସଲସାନଙ୍କ ପବିତ୍ର ପର୍ବ  ମହରମ । ଇମାମ ହସନଙ୍କ ସ୍ମୃତିରେ ତ୍ୟାଗ ଓ ବଳିଦାନର ଏହି ପର୍ବକୁ ମୁସଲମାନ ସଂପ୍ରଦାୟର ଲୋକେ ପାଳନ କରିଥାନ୍ତି । କିନ୍ତୁ ସମ୍ବଲପୁର ମୋଦିପଡ଼ାଠାରେ ଏକ ହିନ୍ଦୁ ପଢ଼ିଆରୀ ପରିବାର ଏହି ପର୍ବକୁ ଦୀର୍ଘ ୩୫୩ ବର୍ଷ ଧରି ଶ୍ରଦ୍ଧା ଓ ବିଶ୍ୱାସର…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ କରତ କଳରେ ଚଢ଼ଉ:୧ ଲକ୍ଷ ଟଙ୍କାର କାଠ ଓ ମେସିନ୍‌ ଜବତ

ସମ୍ବଲପୁର: ସ୍ଥାନୀୟ ବରେଇପାଲି ନିକଟସ୍ଥ ଗୋପାଲପାଲିର ଟ୍ରକ୍‌ ସଂଘ ପାର୍କିଂ ଗ୍ରାଉଣ୍ଡ ପାଖରେ ଥିବା ଏକ ବେଆଇନ୍‌ କରତ କଳ ଉପରେ ଆଜି ଚଢ଼ଉ ହୋଇଛି। ଚଢ଼ଉ ସମୟରେ କରତକଳରୁ କରତ,୬ ଏଚ୍‌ପି ମଟର, ବ୍ଲେଡ, କରତ ଗୁଣ୍ଡ ଓ ବିଭିନ୍ନ ଆକୃତିର ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର କାଠ ଜବତ କରାଯାଇଛି। ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ବିଜେଡି ବିବାଦ: ବିଧାୟିକାଙ୍କ ବିରୋଧରେ ଶୃଂଖଳା ଭଙ୍ଗ ଅଭିଯୋଗ ଆଣିଲେ ଜିଲ୍ଲା ସଭାପତି

ସମ୍ବଲପୁର: ବହୁ ଗୋଷ୍ଠୀରେ ବିଭକ୍ତ ସମ୍ବଲପୁର ଜିଲ୍ଲା ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ କୁହୁଳୁ ଥିବାବେଳେ ବୁଧବାର ତାହା ଫୁଟିକି ସାମ୍‌ନାକୁ ଆସିଛି। ମଙ୍ଗଳବାର ସମ୍ବଲପୁର ଜିଲ୍ଲା ବିଜେପି ସଂଖ୍ୟାଲଘୁ ସେଲ୍‌ରୁ ଇସ୍ତଫା ଦେଇଥିବା କିଛି କର୍ମକର୍ତ୍ତା ବୁଧବାର ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ରାଜପରିବାରର ୫୦୦ ଏକର ସିଲିଂ ଜମି ମାମଲା : ନଭେମ୍ବର ସୁଦ୍ଧା ଫଇସଲା ନିର୍ଦେଶ

ସମ୍ବଲପୁର : ବଲାଙ୍ଗୀର ରାଜ ପରିବାରର ୫୦୦ ଏକର ସିଲିଂ ବହିର୍ଭୂତ ଜମି ସଂପର୍କୀତ ମାମଲାର ଫଇସଲା ନଭେମ୍ବର ମାସ ସୁଦ୍ଧା କରିବା ପାଇଁ ନିର୍ଦେଶ ହୋଇଛି। ବୁଧବାର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏଡିଏମ୍‌ ସମ୍ମିଳନୀରେ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଡିଭି ସ୍ୱାମୀ ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଭିମ୍‌ସାର ନିର୍ଦ୍ଦେଶକଙ୍କୁ ହତ୍ୟା ଧମକ

ସମ୍ବଲପୁର: ଭିମ୍‌ସାର୍‌ ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀଙ୍କୁ ଜଣେ ରୋଗୀଙ୍କ ସଂପର୍କୀୟ ଟେଲିଫୋନରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଛି। ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଛି। ବରଗଡ଼ର ଜଣେ ଯୁବକ ମସ୍ତିଷ୍କରେ ଆଘାତ ପାଇ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...