ସମ୍ବଲପୁର: ପୁଲିସ ହାତରେ ଧରାପଡ଼ିଲେ ବନ୍ଧୁକ ମୁନରେ ନବବଧୂ ଅପହରଣକାରୀ। ନବବଧୂ କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକଛକର ରଶ୍ମି ପୁଟେଲ(୧୯)ଙ୍କ ସହ କଣ୍ଟାମାଳ ବଡ଼ଚାପଲି ଗ୍ରାମର ସଞ୍ଜୟ ସାହୁ(୨୬)ଙ୍କୁ ପୁଲିସ ଗିରଫ କରିଛି। ଉଭୟେ ସମ୍ବଲପୁର ଅଇଁଠାପାଲି ଥାନା ଅର୍ନ୍ତଗତ ବୁଢାରାଜା ପ୍ରଫେସର କଲୋନୀରେ ସଞ୍ଜୟଙ୍କ ସମ୍ପର୍କୀୟ ଭାଇଙ୍କ ଘରେ ଏକାଠି ରହୁଥିବା ଖବର ପାଇ ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପୁଲିସ ଏଠାରେ ପହଞ୍ଚି  ଅଇଁଠାପାଲି ଥାନା ପୁଲିସ ସହାୟତାରେ ସଞ୍ଜୟଙ୍କୁ ଗିରଫ କରିଛି। ଗିରଫ ପରେ ତରଭା ଥାନା ପୋଲିସ ଉଭୟ ରଶ୍ମି ଓ ସଞ୍ଜୟଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି।

Advertisment

ନବବଧୂଙ୍କ ସହମତିରେ ଅପହରଣ

ତେବେ ଉଭୟ ନବବଧୂ ରଶ୍ମି ଓ ଅପହରଣକାରୀ ସଞ୍ଜୟ ପ୍ରେମିକା ଓ ପ୍ରେମିକ ବୋଲି କୁହାଯାଇଛି। ସେହିପରି ନବବଧୂଙ୍କ ସହମତିରେ ଅପହରଣକୁ ରୂପ ଦିଆଯାଇଥିବା ଚର୍ଚ୍ଚା ହେଉଛି।

Elephants NIT Rourkela ରାଉରକେଲା ଏନ.ଆଇ.ଟିକୁ ପ୍ରବେଶ କରିଲେ ୫ଟି ଜଙ୍ଗଲି ହାତୀ

ସୂଚନା ଯୋଗ୍ଯ ଯେ, ଗତ ଶନିବାର ବଲାଙ୍ଗୀର ଜିଲ୍ଲାର କାମାକ୍ଷୀନଗରରୁ ବରଯାତ୍ରୀ ଦଳ କନ୍ଯା ରଶ୍ମିଙ୍କ ସହ ବିବାହ ପାଇଁ କଣ୍ଟାମାଳ ବ୍ଲକଛକସ୍ଥିତ ତାଙ୍କ ଘରକୁ  ଆସିଥିଲେ। ଏଠାରେ ବିବାହ ଉତ୍ସବ ସାରି ନବବଧୂଙ୍କୁ ସାଙ୍ଗରେ ଧରି ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ତରଭା ନିକଟରେ ନବବଧୂର ପ୍ରେମିକ ବୋଲି କୁହାଯାଉଥିବା ସଞ୍ଜୟ ତାଙ୍କର କିଛି ସହଯୋଗୀଙ୍କ ସହ ରାସ୍ତାରେ ବରଯାତ୍ରୀଙ୍କ ଗାଡ଼ିକୁ ଅଟକାଇ ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ କରି ନେଇଥିଲେ। ଏହାକୁ ନେଇ ତରଭା ଥାନାରେ କେସ ନମ୍ବର ୬୦/୨୦୨୬ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୁଲିସ।

Murder Khunta କୋର୍ଟରେ ସାକ୍ଷୀ ଦେବାରୁ ପ୍ରତ୍ୟକ୍ଷଦର୍ଶୀଙ୍କୁ ପିଟିପିଟି ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ