ମହିଳାଙ୍କୁ ପୁଲିସ ଅଧିକାରୀଙ୍କ ଅସଦାଚରଣ ପ୍ରସଂଗ: ୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ନିର୍ଦେଶ

ସମ୍ବଲପୁର: ଗତ ୪ ଜୁଲାଇ ୨୦୧୫ରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନାରେ କାର୍ଯ୍ୟରତ ସବ୍‌ଇନସ୍‌ପେକ୍ଟର ଭିକାରୀ ଚରଣ ବେହେରା ଏକ ଚୋରି ଘଟଣାର ତଦନ୍ତ କରିବାକୁ ଯାଇ ବାମରାର ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ କରିଥିଲେ। ଘରେ ମହିଳା ଜଣକ ଏକାକୀ ଥିବାର ସୁଯୋଗ ନେଇ ତାଙ୍କୁ ଅସଦାଚରଣ କରିଥିଲେ। ଏହି ମାମଲା ଥାନାରେ ପହଂଚିବା ପରେ ସେ ଫେରାର ହୋଇଯାଇଥିଲେ। ପରେ ସେ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ। ଏହି ମାମଲା ଏବେ ଏବେ କୋର୍ଟରେ ବିଚରାଧୀନ ରହିଛି। ଏ ସଂକ୍ରାନ୍ତରେ ହ୍ୟୁମାନ ରାଇଟ୍‌ ଓ୍ଵାଚ୍‌ର ସଂପାଦିକା ସଂଗୀତା ସ୍ୱାଇଁ ମାନବ ଅଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଣେ ସରକାରୀ ଅଧିକାରୀଙ୍କ ଦ୍ୱାରା ମାନବ ଅଧିକାର ଉଲ୍ଲଂଘନ କରାଯାଇଥିବା କାରଣରୁ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆୟୋଗ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର