ହୀରାକୁଦରେ ପୁଲିସ୍‌ର ଚଢ଼ଉ:୧୫ ଜୁଆଡ଼ି ଗିରଫ, ୨.୨୨ ଲକ୍ଷ ଜବତ

ହୀରାକୁଦ: ବୁଧବାର ରାତି ୯ଟାରେ ଲରପଙ୍କ ନିକଟରେ ଥିବା ଭାଇ ଭାଇ ଢାବାରେ ହୀରାକୁଦ ଥାନା ପୁଲିସ ଚଢ଼ଉ କରି ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଜୁଆଡ଼ିମାନଙ୍କଠାରୁ ନଗଦ ୨ ଲକ୍ଷ ୨୨ ହଜାର ୫୩୫ ଟଙ୍କା ଓ ତାସ ଜବତ କରାଯାଇଛି। ଢାବାରେ ଚଢ଼ଉ ବେଳେ ନଗଦ ୧ ଲକ୍ଷ ୮୧ ହଜାର ୫୩୫ ଟଙ୍କା ଜବତ କରାଯାଇଥିଲା। ଗିରଫ କରି ଥାନାକୁ ଆଣିବା ବେଳେ ସନ୍ଦେହ ହେବାରୁ ଜଣେ ଜୁଆଡ଼ିଙ୍କ ଯୋତା ଯାଂଚ କରାଯାଇଥିଲା।

ଯୋତା ଭିତରେ ଲୁଚାଇ ରଖାଯାଇଥିବା ଆହୁରି ୪୧ ହଜାର ଟଙ୍କା ପୁଲିସ୍‌ ଜବତ କରିଛି। ଗିରଫ ଜୁଆଡ଼ିମାନେ ହେଲେ ସମ୍ବଲପୁର ଧନୁପାଲି ପୁଟିବନ୍ଧର ନବୀନ ବେହେରା, ଫାର୍ମରୋଡର ସୁନୀଲ ନାଏକ, ଅଇଁଠାପାଲି ଢୁକୁପଡ଼ାର ସୁଶାନ୍ତ ମୁଣ୍ଡା, ମୁଦିପଡ଼ାର ଡମ୍ବରୁ କୁମ୍ଭାର, କୁମ୍ଭାରପଡ଼ାର ମହମ୍ମଦ ଫିରୋଜ, ପେନ୍‌ସନ ପଡ଼ାର ମୋହନ ସାହୁ, ଶାସନର ହେମନ୍ତ କୁମାର ସେନ୍‌, ଭଂଗାମୁଣ୍ଡା ବିହାରୀପଡ଼ାର ଯୁବରାଜ ବିହାରି, ହୀରାକୁଦ ମାର୍କେଟ ଅଂଚଳର ଅମୀୟ ପଟ୍ଟନାୟକ, ଶକ୍ତିନଗରର ଗିରିଧାରୀ ସାହୁ, ହୀରାକୁଦ ନ୍ୟୁ ମାର୍କେଟର ଅମିତ ଅରୋରା. ଝାରସୁଗୁଡ଼ା କ୍ରସ୍‌ କଲୋନି ରାକେଶ କୁମାର, ଓଏମ୍‌ପିର ଦୀପକ ଗୁରୁଂଗ, ବିଟିଏମ୍‌ର ନରେନ୍ଦ୍ର ଚୌଧୁରୀ ଓ ବ୍ରଜରାଜନଗର ଭୋଳା ଗିରି। ଜୁଆଡ଼ିମାନଙ୍କଠାରୁ ୩ଟି ବାଇକ୍‌ ଓ ୯ଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଥିବା ଡିଏସ୍‌ପି ଶିଶୁରଂଜନ ମହାପାତ୍ର ସୂଚନା ଦେଇଛନ୍ତି। ହୀରାକୁଦ ଥାନା ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ପ୍ରଦ୍ୟୁମ୍ନ ମହାପାତ୍ର, ସୁବ୍ରତ ସାମଲ, ମିତାଳି ମଧୁଲୀନା ବିଶ୍ୱାଳ, ବସନ୍ତ ସାହୁ, ଅଜିତ ସାହୁ, ରିଙ୍କୁ ଗର୍ଡ଼ିଆ ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର